ମୁଣ୍ଡାରୀ ଲିପିର ସ୍ରଷ୍ଟା ଅଲ୍ ଗୁରୁ ରୋହିଦାସ ସିଂ ନାଗଙ୍କ ୯୧ ତମ ଜନ୍ମ ଜୟନ୍ତୀ ପାଳିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୁଣ୍ଡା ଯୁବ ସଙ୍ଗଠନ ଆନୁକୁଲ୍ୟରେ ବାରିପଦା ସ୍ଥିତ ମଧୁବନ ଠାରେ ନିର୍ମିତ ଅଲ୍ ଗୁରୁ ରୋହିଦାସ ସିଂ ନାଗ ଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସଭା ଆୟୋଜନ କରାଯାଇଥିଲା। ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ମୁଣ୍ଡାରୀ ରୀତିନୀତି ଅନୁସାରେ ରେ ପୂଜା ଅର୍ଚନା କରାଯାଇଥିଲା ଓ ନିମନ୍ତ୍ରିତ ମୂଖ୍ୟ ଅତିଥି ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି , ରୋଟାରୀ କ୍ଲବ ର ପୂର୍ବତନ ସଭାପତି ଯୁବ ସମାଜ ସେବୀ ରାକେଶ ସିଂ , ମୁଣ୍ଡା ଯୁବ ସଙ୍ଗଠନ ର ସଭାପତି ଫକୀର ମୋହନ ସିଂ , ମୁଣ୍ଡା ଯୁବ ସଙ୍ଗଠନ ର କର୍ମ କର୍ତ୍ତା ବୃନ୍ଧ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହା ପରେ ଅଲ୍ ଗୁରୁ ରୋହିଦାସ ସିଂ ନାଗ ଙ୍କ ଜୀବନୀ ଓ ତାଙ୍କ ଦ୍ୱାରା ଉଦ୍ଭାବନ କରାଯାଇଥିବା ମୁଣ୍ଡାରୀ ଲିପିର ପ୍ରଚାର ଓ ପ୍ରସାର ନିମନ୍ତେ ଅତିଥିମାନେ ଗୁରୁତ୍ବ ଆରୋପ କରିଥିଲେ। ପ୍ରତିମୂର୍ତ୍ତି ଚତୁର୍ଥ ପାର୍ଶ୍ୱ ଉନ୍ନତିକରଣ ପାଇଁ ମୁଣ୍ଡା ଯୁବ ସଙ୍ଗଠନ ତରଫରୁ ଏକ ଦାବିପତ୍ର ନଗରପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏତିଥିରେ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରୁ ଛାତ୍ରଛାତ୍ରୀ ଓ ନିକଟ ବର୍ତ୍ତି ଗ୍ରାମ ମାନଙ୍କରୁ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ରହି ଥିଲେ
ଶେଷରେ ଅତିଥି ମାନଙ୍କୁ ଉପଦେଷ୍ଟା ଛାଟିଆ ସିଂ ଧନ୍ୟବାଦ୍ ଦେଇ ସଭା କାର୍ଯ୍ୟ ସମାପ୍ତ କରିଥିଲେ। ସଭା କାର୍ଯ୍ୟ ସେଷ ହେବା ପରେ ବାରିପଦା ରୁ ଏକ ରାଲି ବାହାରି ଅଲ୍ ଗୁରୁ ରୋହିଦାସ ସିଂ ନାଗ ଙ୍କ ଗ୍ରାମ ସାଳବଣୀ କୁ ଯାଇ ତାଙ୍କ ସମାଧୀ ଠାରେ ଧୂପ ଦୀପ ଓ ପୁଷ୍ପ ଅର୍ପଣ କରାଯାଇଥିଲା । ଏଥିରେ ସହଯୋଗ କରିଥିଲେ ପ୍ରମୁଖ ପଦ୍ମଲୋଚନ ସିଂ, ଗୁରୁଭା ସିଂ, ରବି ସିଂ, ସାବିତ୍ରୀ ସିଂ, ସିବସଙ୍କର ସିଂ, ବିନଦ ସିଂ, ରଶ୍ମିତା ସିଂ, ପୂଜା ସିଂ, ସ୍ୱାତି ସିଂ ଦିବ୍ୟଶ୍ରୀ ସିଂ, ଜିତେନ୍ଦ୍ର ସିଂ ।