ମୁଣ୍ଡ ଓ ପେଟରେ ଦ୍ୱିତୀୟ ଅସ୍ତ୍ରପଚାର ପାଇଁ କାଳିଆକୁ ଅର୍ଥ ବାଧକ

ବାରିକପୁର, (ୱାଇଏନଏନଏସ) ; ସବୁ ହସଖୁସିରେ ଚାଲିଥିବାବେଳେ କାଳିଆ ପରିବାରକୁ ୨୦୧୯ମସିହାରେ ମାଡିଆସିଲା କଳାବାଦଲ । ମନମାଳୀନ୍ୟ ତିକ୍ତତା ଯୋଗୁ ଠିକାଦାର ଦ୍ୱାରା ଆକ୍ରମଣର ଶିକାର ହୋଇ କାଳିଆ ଆଜି ଜୀବନ ସହିତ ବଞ୍ଚିବା ପାଇଁ ସଂଗ୍ରାମ କରୁଛି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଗ୍ରାମର ଉମେଶ ପାତ୍ର(କାଳିଆ) ଆଜକୁ ଦୁଇବର୍ଷ ହେବ ଯନ୍ତ୍ରଣାଦାୟକ ଜୀବନ ବିତାଉଛନ୍ତି । କାଳିଆ କେରଳ ଠାରେ ଏକ କମ୍ପାନୀରେ କାମ କରୁଥିବାବେଳେ ୨୦୧୯ ଫେବୃଆରୀ ମାସରେ ଠିକାଦାର ଦ୍ୱାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲା । ଆକ୍ରମଣ ଏତେ ଶକ୍ତ ଥିଲା ଯେ ମୁଣ୍ଡର ଡାହାଣପାଖ ଖପୁରୀ ଫାଟିଯାଇ ଏକ ପ୍ରକାର ନଷ୍ଟ ହୋଇଯାଇଥିଲା । ଆକ୍ରମଣ ପରେ କାଳିଆକୁ ଅପରେସନ କରାଯାଇଥିଲେ ସୁଦ୍ଧା ଫାଟିଯାଇଥିବା ଖପୁରୀ ସଂଗେସଂଗେ ଯୋଡିହେବ ନାହିଁ ବୋଲି ଡାକ୍ତର କହିଥିଲେ । ଭାଗ୍ୟକୁ କାଳିଆର ଜୀବନ ବଞ୍ଚିଯାଇଥିଲେ ବି ମାଡ ହୋଇଥିବା ଖପୁରୀକୁ ସୁରକ୍ଷିତ ରଖିବା ପାଇଁ ଡାକ୍ତର ପେଟରେ ଆଉ ଏକ ଅପରେସନ କରିଥିଲେ । ଏହା ପରେ ସେ ମେଡିକାଲରୁ ଆରୋଗ୍ୟ ହୋଇ ଫେରିଥିଲେ ସୁଦ୍ଧା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କ୍ଷତସ୍ଥାନ ଶୁଖିବା ପରେ ପୁଣି ଦ୍ୱିତୀୟ ଅପରେସନ ହେବା କଥା । ପେଟରେ ଥିବା ଖପୁରୀକୁ ଦ୍ୱିତୀୟବାର ମୁଣ୍ଡରେ ଅସ୍ତ୍ରପଚାର କରାଯାଇ ଯୋଡିବା ସକାଶେ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବାରୁ ଏବେ କାଳିଆ ପାଇଁ ଜୀବନ ଜିଇଁବା ଜଟିଳ ହୋଇପଡିଛି । ଦୁଇବର୍ଷ ହେବ ସେ ଘରେ ସମ୍ପୂର୍ଣ୍ଣ ବସିଥିବାବେଳେ ପତ୍ନୀ ଓ ଦୁଇଗୋଟି ପୁଅକୁ ନେଇ ସଂସାର ଚଳାଇବା କଷ୍ଟକର ହୋଇପଡୁଛି । ଏପଟେ ପ୍ରଥମ ଅପରେସନ ପରେ ମାସିକ ୪ହଜାର ଟଙ୍କାର ଓøଷଧ କିଣିବା ତାପାଇଁ ଅସମ୍ଭବ ହୋଇପଡୁଥିବାବେଳେ ପତ୍ନୀ ସଶ୍ମିତା ଯେନତେନ ଉପାୟରେ ସ୍ୱାମୀ ପାଇଁ ଓøଷଧ ଟିକିଏ ଯୋଗାଡ କରୁଛନ୍ତି । ହେଲେ ଚାରିପ୍ରାଣୀ ଚଳିବା ପାଇଁ ଦୁଇ ଛୋଟପୁଅ ଗାଁ ରାସ୍ତା କଡରେ ଏବେ ବରା ବିକୁଛନ୍ତି । ଏପରି ସ୍ଥିତିରେ ପିଲାଙ୍କ ପାଠପଢା ଓ ତିନି ଓଳି ଖାଇବା ସେମାନଙ୍କ ପାଇଁ ଯୋଗାଡ କରିବା କଷ୍ଟକର ହୋଇପଡୁଥିବାବେଳେ ଅପରେସନ ପାଇଁ ଲକ୍ଷାଧିକ ଟଙ୍କା ଯୋଗାଡ କରିବା ସ୍ୱପ୍ନ ଭଳି ଲାଗୁଛି । ଏପରିସ୍ଥଳେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗରୀବ ଲୋକମାନଙ୍କ ସ୍ୱାସ୍ଥ୍ୟ ବାବଦରେ ଅନେକ ପ୍ରୋତ୍ସାହନ ରାଶି ମିଳୁଥିଲେ ସୁଦ୍ଧା ଏଠିକିନ୍ତୁ ତାର ବ୍ୟତୀକ୍ରମ ଦେଖାଦେଇଛି । ଜିଲ୍ଲା ସ୍ତରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ହେଉ କିମ୍ବା ସ୍ୱାସ୍ଥ୍ୟ ବିଭାଗର ଗରୀବ କଲ୍ୟାଣ ଅନୁକମ୍ଫାମୂଳକ ସହାୟତା ଯଦି କାଳିଆକୁ ମିଳିପାରନ୍ତା ତାହେଲେ ତାର ସଫଳ ଅସ୍ତ୍ରୋପଚାର ସହିତ ପରିବାରର ହସଖୁସି ପୁଣି ଫେରି ଆସନ୍ତା ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ