ମୁନିଗାଡ଼ିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମପଂଚାୟତ ଠାରେ ସରପଞ୍ଚ ସବିତା ସ୍ୱାଇଁ ଏବଂ ସମାଜସେବୀ ସନ୍ତୋଷ କୁମାର ସ୍ଵାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ବ୍ରହ୍ମପୁର ସ୍ଥିତ ଇକୋସ୍ ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ହରିଶ୍ ଚନ୍ଦ୍ର ସାହୁ ଏବଂ ଜି ବିନୋଦ ଶିବିରରେ ଶହେରୁ ଊର୍ଦ୍ଧ୍ୱରେ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରି କୋଡ଼ିଏ ଜଣଙ୍କୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅତିଥୀ ଭାବେ ସମବାୟ ସମିତି ସଭାପତି ଦୂର୍ଗା ମହାପାତ୍ର,ସମିତି ସଭ୍ୟ ମାନସ ବିଷୋୟୀ, ପୂର୍ବତନ ସମିତିସଭ୍ୟ ପଦ୍ମନାଭ ଗୌଡ଼, ପିଇଓ ସୁକାନ୍ତ ନାୟକ ଏବଂ ଜିଆରଏସ୍ ଗୌର ବେହେରା ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ କାହ୍ନୁ ,ପ୍ରହଲ୍ଲାଦ,ନିଶାମଣୀ, ବାସୁ, ନାରାୟଣ, ବୁଲୁ, ଧୋବା, ଭବେଶ୍ୱର, ବସନ୍ତ,ସଞ୍ଜୟ, ସନ୍ତୋଷ,ତ୍ରିଲୋଚନ,ଭଗବାନ, ଦିଲ୍ଲୀପ, ରଘୁ, ସନ୍ନ୍ୟାସୀ, ହେମନ୍ତ, ସୁନୀଲ, କେଦାର, ଜୟରାମ,ଦିଗମ୍ବର, ବିଦ୍ୟା, ମାନସ, ପଞ୍ଚାନନ ପ୍ରମୁଖ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ