ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଲେ ରାଜ୍ୟ କାୟାକଳ୍ପ ଟିମ୍
ଛତ୍ରପୁର,(ଦେବଦତ୍ତ ମହାରଣା): ରାଜ୍ୟ କାୟାକଳ୍ପର ଡାକ୍ତର ବିଜୟ ଚନ୍ଦ୍ର ଷଡଙ୍ଗୀ ଓ ଡାକ୍ତର ପୁଷ୍ପାଞ୍ଜଳି ମିଶ୍ର ଦୁଇ ଜଣିଆ ଟିମ୍ ଗୁରୁବାର ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପହଂଚି ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା , ରଙ୍ଗ କାମ,ରୋଗୀଙ୍କ କୋଠରୀ,ଔଷଧୀୟ ବଗିଚା, ସବୁଜ ବଗିଚା, ଫୁଲ ବଗିଚା, ଅପରେସନ୍ କକ୍ଷ, ପାଥୋଲୋଜି କୋଠରି, ଆଇଇସି ଚାମ୍ବର, ଆଉଟୋଡୋର ଓଇନଡୋର କକ୍ଷ, ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ କାୟାକଳ୍ପ କାର୍ଯ୍ୟ ଏବଂ ସମସ୍ତ କାଗଜପତ୍ର ଯାଂଚ କରିଥିଲେ । ଏହା ସହ ବଗିଚା ଗୁଡିକରେ ବୁଲି ସମସ୍ତ ରକମର ଔଷଧୀୟ ବୃକ୍ଷ,ଫୁଲ ଦେଖି ଅତ୍ୟନ୍ତ ଖୁସି ଜାହିର କରିଥିଲେ । ଏହି ଦୁଇ ଜଣିଆ ପ୍ରତିନିଧୀ ଦଳ ପରିଦର୍ଶନ ବେଳେ ଜାତୀୟ ଭେକ୍ଟରବାହିତ ପରାମର୍ଶକାରୀ ସୁଜିତ୍ କାର୍ଜୀ , ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର କାହ୍ନୁ ଚରଣ ପାତ୍ର, ଡାକ୍ତର ସନ୍ତୋଷିନୀ ସେଠୀ, ଡାକ୍ତର ଜ୍ଞାନେନ୍ଦ୍ର କୁମାର ପାତ୍ର, ଡାକ୍ତର ଶିଶିର ରେଡ୍ଡୀ,ଡାକ୍ତର ସି.ଏସ୍. ମିଶ୍ର,ଡାକ୍ତର ପୁର୍ଣ୍ଣ ରାଓ,ଡାକ୍ତର ମଧୁସ୍ମିତା ବେହେରାଙ୍କ ସମେତ ସମସ୍ତ ପାରା ମେଡିକାଲ ଷ୍ଟାଫ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଏବଂ ବିପିଏମ୍ ସିମାଂଚଳ ପ୍ରଧାନ ଏହି ଦୁଇ ଜଣିଆ ପ୍ରତିନିଧୀଦଳଙ୍କ ସହ ରହି ବିଭିନ୍ନ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ ।