ମୁନିଷିପେଣ୍ଠ ଠାରେ ସାଇକେଲ ରାଲି
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ପଞ୍ଚାୟତର ମୁନିଷିପେଣ୍ଠ ଗ୍ରାମ ରେ ନେହୁରୁ ଯୁବ କେନ୍ଦ୍ର (ବ୍ରହ୍ମପୁର) ଆନୁକୂଲ୍ୟରେ ଏକ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ସ୍ୱେଚ୍ଛାସେବୀ ରଶ୍ମିତା ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ଯୁବକ ଯୁବତୀ ମାନେ ସାମିଲ ହୋଇ ସାଇକେଲ ଚଲାଇ ଏକ ସଚେତନତା ରାଲି କରିଥିଲେ । ସାଇକେଲ ଚଲାଇବା ଦ୍ୱାରା ମନୁଷ୍ୟ ସୁସ୍ଥ ରହନ୍ତି । ଆମକୁ ସ୍ୱାର୍ଥଭାବନାରୁ ସ୍ୱାସ୍ଥ୍ୟ ଭାବନାକୁ ଯିବାକୁ ପଡିବ । ଫିଟନେସ ଦ୍ୱାରା ଜୀବନ ଶୈଳିକୁ ସାମାନ୍ୟ ପରିବର୍ତ୍ତନ ଆଣି ପାରିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ସ୍ଥାନୀ ୟସରପଞ୍ଚ ସୁବାସିନୀ ବାରିକୀ, ସମ୍ମାନୀତ ଅତିଥୀ ଭାବେ ସନ୍ତୋଷ ବେହେରା, ସୁର ବେହେରା ପ୍ରମୁଖ ଯୋଗଦେଇ ଥିଲେ । ଶେଷରେ ନେହୁରୁଯୁବକେନ୍ଦ୍ରର ବ୍ଲକ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ ।