ମୁନିସିପାଲଟିରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ସଦର ବିଧାୟକ
(ବାଲେଶ୍ୱର): ବାଲେଶ୍ୱର ମୁନିସିପାଲଟିରେ ଅନୁଷ୍ଠିତ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ସଦର ବିଧାୟକ ମଦନ ମୋହନ ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନୂତନ ହିତାଧିକାରୀମାନଙ୍କୁ ନିଜ ହାତରେ ଭତ୍ତା ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପ ଅଧିକାରୀ ରାମଚନ୍ଦ୍ର ଜେନା, ମୁନିସିପାଲଟି ଯନ୍ତ୍ରୀ ପି.କେ. ନାୟକଙ୍କ ଏବଂ ଅନ୍ୟାନ୍ୟ ମୁନିସିପାଲଟି କର୍ମକର୍ତ୍ତାଙ୍କ ତତ୍ତ୍ୱାବଧାନତାରେ ୩୦୦ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ବିଧାୟକ ଭତ୍ତା ବଣ୍ଟନ କରିଥିଲେ । ଏଥିରେ ବାର୍ଦ୍ଧକ୍ୟ ଭତ୍ତା ସହିତ ବିଧବା, ବିକଳାଙ୍ଗ ଭତ୍ତାମାନ ବଣ୍ଟନ କରାଯାଇଥିଲା । ବିଧାୟକ ଶ୍ରୀ ଦତ୍ତ ହିତାଧିକାରୀ ମାନଙ୍କୁ କହିଥିଲେ ଯେଉଁମାନେ ଭତ୍ତା ପାଇଲେ ମୁଁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି । କନ୍ତୁ ଯେଉଁ ଯୋଗ୍ୟ ହିତାଧିକାରୀମାନେ ଭତ୍ତା ପାଇନାହାନ୍ତି ସେମାନଙ୍କୁ କିପରି ଶୀଘ୍ର ପ୍ରଦାନ କରାଯିବ ସେଥି ପ୍ରତି ମୁନିସିପାଲଟିର ଅଫିସର ମାନେ ଧ୍ୟାନ ଦେବା ଉଚିତ ବୋଲି କହିଥିଲେ । ହୀନ ରାଜନୀତି ଏବଂ ପ୍ରିୟାପ୍ରୀତି ଠାରୁ ଉଦ୍ଧ୍ୱର୍ରେ ରହି ପ୍ରକୃତ ହିତାଧିକାରୀଙ୍କୁ ଶୀଘ୍ର ଭତ୍ତା ପ୍ରଦାନ କରାଯାଉ । ଆଜିବି ସହରରେ ବହୁ ବୃଦ୍ଧବୃଦ୍ଧା ଭତ୍ତାରୁ ବଞ୍ଚିତ ଅଛନ୍ତି । ଏ ସବୁ ଦୁର୍ନୀତିକୁ କେବେବି ପ୍ରଶୟ ଦିଆଯିବ ନାହିଁ, ଯଦି ଏହା କେହିକରିଥାନ୍ତି ତାକୁ ମଧ୍ୟ କ୍ଷମା ଦିଆଯିବ ନାହିଁ ବୋଲି ବିଧାୟକ ଶ୍ରୀ ଦତ୍ତ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୀତାକାନ୍ତ ସ୍ୱାଇଁ, ଚିତ୍ତରନ ପଣ୍ଡା, ସୁଜିତ ଦେବ, ଗଙ୍ଗାଧର ରାଉତ, ରବି ନାରାୟଣ ମହାପାତ୍ର, ଗୈାରାଙ୍ଗ ଦାସ, ଯୋଗେନ ରଣା, ବିଭୂପଦ ଦାସ, ଉପେନ୍ଦ୍ର ଶତପଥୀ, ରାଧାକାନ୍ତ ଦାସ, ଅନନ୍ତ ନାୟକ, ଦିପୁ ପିରି, ବିବେକାନନ୍ଦ ରାଉତ, ଧିରଜ ମହାନ୍ତି, ବିନୟ ମହାରଣା, ଅରୂପ ଜେନା, ରଣଜିତ ପୃଷ୍ଟି, ରଘୁନାଥ ପାତ୍ର, ଅଶୋକ ଦାସ, ସଂଯୁକ୍ତା ମହାପାତ୍ର, ମହୁଆ ପ୍ରଧାନ, ଶ୍ରୀୟା ଦାସ, ସବିତା ପାଣିଗ୍ରାହୀ, ସେଖ ଅଫଜଲ, ସେଖ ହଲିମ, ଦିଲ୍ଲୀପ ମାଝୀ, ଅଭୟ ସ୍ୱାଇଁ, ଜିତେନ୍ଦ୍ର ଷଡଙ୍ଗୀ, ପବନ ସିଂହ ଉପସ୍ଥିତ ଥିଲେ ।