ମୁନିସିପେଣ୍ଠ ମେଡିକାଲକୁ ପରିଦର୍ଶନ କଲେ ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶୁକ୍ରବାର ପୂର୍ବାହ୍ନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଅଚାନକ ପରିଦର୍ଶନ କରି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ରୋଗୀଙ୍କୁ ଉଚିତ୍ ସେବା ପ୍ରଦାନ କରାଯାଉଛି କି ସେନେଇ ସେ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଓପିଡି ଗୃହକୁ ଯାଇ ରୋଗୀଙ୍କ ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା ରହିଛି କି ନାହିଁ ସେ ଉପସ୍ଥିତ ଥିବା ଡାକ୍ତର ସନ୍ତୋଷିନୀ ସେଠୀଙ୍କ ସହ ବିଧାୟକ ଶ୍ରୀ ବେହେରା ଆଲୋଚନା କରିଛନ୍ତି । ବିଧାୟକ ଙ୍କ ଏହି ପରିଦର୍ଶନ ବେଳେ ପୋଟ୍ଟଲାମପୁର ସରପଂଚ ନୀରଞ୍ଜନ ପ୍ରଧାନ, ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନଙ୍କ ସମେତ ମେଡିକାଲର ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ