ମୁନିସିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଶିବିର
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍): ସ୍ୱାସ୍ଥ୍ୟ ହିଁ ସମ୍ପଦ ଶରୀର ସୁସ୍ଥ ରହିଲେ ମଣିଷ ସବୁ କିଛି କାର୍ଯ୍ୟ କରି ପାରିବେ । ଶରୀର କିପରି ଯୋଗ ମାଧ୍ୟମରେ ସୁସ୍ଥ ରହି ପାରିବ ସେଥି ନିମନ୍ତେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗଞ୍ଜାମ ଜିଲ୍ଲା ପତଞ୍ଜଳି ଯୋଗ ସମିତିର ମିଳିତ ଆନୁକୂଲ୍ୟରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଥମ ଥର ଭାବେ ପୋଟଲାମପୁର, ଗଙ୍ଗାପୁର, ମୁନିସିପେଣ୍ଠ ଆଦି ଗ୍ରାମବାସୀଙ୍କୁ ନେଇ ଏକ ଯୋଗ ଶିବିର ଆୟୋଜନ ହୋଇଯାଇଛି । ଏହାକୁ ଗଞ୍ଜାମ ଜିଲ୍ଲା ପତଞ୍ଜଳି ଯୋଗ ସମିତିର ଡ. ଦେବରାଜ ପାଣିଗ୍ରାହୀ ଓ ଶିଶିର ଦାଶ ପ୍ରଶିକ୍ଷଣ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ପତଞ୍ଜଳ ସମିତିର ଯୁବ ସଭାପତି ବରୁଣ କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀମାନେ ଏହାକୁ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ମୁନିସିପେଣ୍ଠ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡା. ଏ. ତନୁଜା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।