ମୁମ୍ବଇ ଇଣ୍ଡିଆନ୍ସ କୁ ଭେଟିବ କିଙ୍ଗସ୍ ଏକାଦସ ପଞ୍ଜାବ

ମୁମ୍ବଇର ୱାଙ୍କେଡେ ଷ୍ଟାଡିୟମ ଆଜିମୁମ୍ବଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଏକାଦସ ପଞ୍ଜାବ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ। ଉଭୟ ଦଳ ଚଳିତବର୍ଷ ଆଇପିଏଲରେ ମଜବୁତ୍ ଥିବାରୁ ଆଜିର ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
ଏପର‌୍ୟ୍ୟନ୍ତ ମୁମ୍ବଇ ଇଣ୍ଡିଆନସ୍ ୫ଟି ମ୍ୟାଚ ଖେଳିଥିଲାବଳେ ସେଥିରୁ ତିନୋଟିରେ ବିଜୟୀ ହୋଇଛି। ଏଥିସହିତ ଦଳ ପଏଣ୍ଟସ୍ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ପୂର୍ବ ମ୍ୟଚରେ ଆଘାତ କାରଣରୁ ଆଜିର ମ୍ୟାଚରେ ମୁମ୍ବଇର ଅଧିନାୟକ ରୋହିତ ଶର୍ମା ବିଶ୍ରାମ ନେବେ ବୋଲି ଜଣାପଡିଛି।ସେହିଭଳି କିଙ୍ଗସ୍ ଏକାଦସ ପଞ୍ଜାବ ସମୁଦାୟ ୬ଟି ମ୍ୟାଚ ଖେଳି ସେଥିରୁ ୪ଟିରେ ବିଜୟୀ ହେବା ସହ ୨ଟି ମ୍ୟାଚରେ ପରାଜୟ ବରଣ କରିଛି। ଏଥିସହିତ ଦଳ ପଏଣ୍ଟସ୍ ଟେବୁଲରେ ତୃତୀୟ ସ୍ଥାନରେ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ