ମୁମ୍ବାଇରେ ପ୍ରବଳ ବର୍ଷା ୪ ମୃତ

ମୁମ୍ବାଇରେ ଲଗାଣ ବର୍ଷା ପାଇଁ ଘଟିଛି ଦୂର୍ଘଟଣା । ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଘଟିଛି । ସୋମବାର ସଂନ୍ଧ୍ୟା ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜନ ଜୀବନ ପ୍ରଭାବିତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବଜ୍ରପାତରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶିବାଜୀ ନଗରରେ ରହୁଥିବା ମହମ୍ମଦ ନାମକ ଯୁବକଙ୍କ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ଏହା ସହ ଦୁଇ ଜଣ ଆହାତ ହୋଇ ମେଡିକାଲରେ ଚିକିସ୍ରିତ ହେଉଛନ୍ତି । ପ୍ରାୟ ୧୩୭ ସ୍ଥାନ ଜଳମଗ୍ନ ହୋଇ ରହିଥିବା ଜଣାପଡିଛି । ଭାରତୀୟ ପାଣିପାଗ ବିଭାଗ ତରଫରୁ ଆହୁରୀ ୨୪ ଘଣ୍ଟା ବର୍ଷା ହେବା ସମ୍ଭାବନା ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ