ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟିଲେ ସଞ୍ଜୟ ନିରୁପମ୍

ବିବାଦୀୟ ମନ୍ତବ୍ୟ ଦେବାରେ ମାହିର ତଥା ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିବା ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ନିରୁପମ୍ଙ୍କୁ ସୋମବାର ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ବିଦା କରିଦିଆଯାଇଛି । ତାଙ୍କ ସ୍ଥାନରେ ମିଳିନ୍ଦ ଦେଓରାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ମିଲିନ୍ଦ ଦେଓରା ୟୁପିଏ ସରକାରରେ ଟେଲିକମ୍, ଆଇଟି ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଅନ୍ୟପକ୍ଷେ କଂଗ୍ରେସ ପକ୍ଷରୁ ପ୍ରକାଶିତ ଲୋକସଭା ପ୍ରାର୍ଥୀଙ୍କ ତାଲିକାରେ ସଞ୍ଜୟ ନିରୁପମଙ୍କ ନାମ ରହିଛି । ତାଙ୍କୁ ତାଙ୍କ ପୂର୍ବ ନିର୍ବାଚନ ମଣ୍ଡଳୀ ଅର୍ଥାତ୍ ଉତ୍ତର-ପୂର୍ବ ମୁମ୍ବାଇରୁ ଟିକଟ ଦିଆନଯାଇ ଉତ୍ତର-ପଶ୍ଚିମ ମୁମ୍ବାଇ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି । ଏହା ପୂର୍ବରୁ ସଞ୍ଜୟ ନିରୁପମ ମୁମ୍ବାଇ ଉତ୍ତର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏପର୍ଯ୍ୟନ୍ତ ସେ ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ସଞ୍ଜୟ ନିରୁପମ ଥରେ ଶିବସେନା ଓ ଥରେ କଂଗ୍ରେସ ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ । କିଛି ଦିନ ତଳେ ସଞ୍ଜୟ ଏବଂ ମିଲିନ୍ଦଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବାର ଖବର ମିଳିଥିଲା । କୁହାଯାଉଥିଲା ମୁମ୍ବାଇ କଂଗ୍ରେସର ଅନେକ ବଡ଼ ନେତା ସଞ୍ଜୟ ନିରୁପମଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ଦାବି କରିଆସୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ