ମୁମ୍ବାଇ ଛତ୍ରପତି ଶିବାଜୀ ରେଳଷ୍ଟେସନ ଓଭରବ୍ରିଜ ଭୁଷୁଡିଲା ୪ମୃତ ୩୦ ଗୁରୁତର
ମୁମ୍ବାଇର ପ୍ରାଣକେନ୍ଦ୍ର ତଥା ରେଳଯାତ୍ରା ପାଇଁ ରହିଥିବା ଜନଗହଳିପୂର୍ଣର୍ (ସିଏସଟି )ଶିବାଜୀ ଛତ୍ରପତି ରେଳଷ୍ଟେସନ ନିକଟସ୍ଥ ଫୁଟ୍ ଓଭରବ୍ରିଜ ଟି ଗୁରୁବାର ସଂନ୍ଧ୍ୟା ୮.୩୮ ମିନିଟ ସମୟରେ ହଠାତ ଭୁଷୁଡି ପଡିଛି ।ଫଳରେ ସେଠାରେ ରହିଥିବା ଜନସାଧାରଣ ଙ୍କ ମଧ୍ୟରୁ ୩ ଜଣଙ୍କ ଘଟଣା ସ୍ତଳରେ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ ୪୦ର ୁ ଅଧିକ ଜନସାଧାରଣ ଆହାତ ହୋଇଥିବା ସୂଚନା ମିଳିଛି ।ଘଟଣାର ଖବର ପାଇ ଉଦ୍ଧାରକାରୀ ଟିମ୍ ଓ ସ୍ଥାନୀୟଙ୍କ ସହଯୋଗରେ ଆହାତ ମାନଙ୍କୁ ଉଦ୍ଧାର କରିନିକଟସ୍ଥ ଜିଟି ହସପିଟାଲରେ ଭତ୍ତିକରାଯାଇଥିବା ଜଣାପଡିଛି ।ଉକ୍ତ ପୁଟ ଓଭରବ୍ରିଜଟି ପୁରାତନ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣା କାରଣରୁ ଅଭିଯୋଗ ହୋଇଛି । ଘଟଣା ପରେ ରେଳୱେ ବିଭାଗ ଓ ଏମଏମସି ତରଫରୁ ତଦନ୍ତ ଆରମ୍ଭ କରାଯାଇଛି ।