ମୁମ୍ବାଇ ଡାନ୍ସ ଫେଷ୍ଟିବେଲରେ ସୁଶ୍ରୀ ତନିଷl ବେବର୍ତ୍ତା ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା) : ଗଜପତିର ଅପ୍ରତିଦ୍ୱନ୍ଦୀ ଓଡ଼ିଶୀ ନୃତ୍ୟ ଶିଳ୍ପୀ ତଥା କେନ୍ଦ୍ରୀୟ ବିଦ୍ୟାଳୟ ପାରଳାଖେମୁଣ୍ଡିର ଷଷ୍ଠ ଶ୍ରେଣୀର ଛାତ୍ରୀ ସୁଶ୍ରୀ ତନିଷକ୍ଷ ବେବର୍ତ୍ତା ମୁମ୍ବାଇ ଡାନ୍ସ ଫେଷ୍ଟିବେଲ୨୦୧୯ ରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଭାରତରୁ ବଛା ହୋଇଥିବା ୧୧ଜଣ କନିଷ୍ଠ ଏକକ ଓଡ଼ିଶୀ ନୃତ୍ୟା ସୁଶ୍ରୀ ତନିଶା ବେବର୍ତ୍ତା ଶ୍ରେଷ୍ଠ ସ୍ଥାନ ଅଧିକାରୀ ହୋଇଛନ୍ତି । ତ୍ରିଭଙ୍ଗ କଳା ଓ ସଂସ୍କୃତି ପରିଷଦ, ବମ୍ବେର ମୁଖ୍ୟ ତଥା ନିର୍ଦେଶକ ଗୁରୁ ବିକ୍ରମ ସାମଲ ଏବଂ ମୁମ୍ବାଇ ବିଧାୟକ ତଥା ମହାରାଷ୍ଟ୍ରର ଉଚ କତ୍ତୃପକ୍ଷଙ୍କ ଦ୍ୱାରା ସୁଶ୍ରୀ ତନିଶା ପ୍ରମାଣ ପତ୍ର ଏବଂ ମୋମେଣ୍ଟ ପାଇଥିଲେ। ଏଣୁ ଏହି ଅବସରରେ ଗୁରୁ ଡି ପ୍ରିୟଙ୍କା,ପିତା ଆଇନଜୀବୀ ପ୍ରଦୀପ ବେବର୍ତ୍ତା, ମାତା ଶ୍ରୀମତୀ ଅରୁପାଞ୍ଜଳି ମହାନ୍ତି, ଜେଜେ ଇଂଜିନିୟର ଶ୍ୟାମାନନ୍ଦ ବେବର୍ତ୍ତା,ଜେଜୀ ମନୋହରା ବେବର୍ତ୍ତା ଏବଂ ସମସ୍ତ ଶୁଭ ଚିନ୍ତକ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ