ମୁମ୍ବାଇ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ମୃତ
ନାଗପୁର(ଏଜେନ୍ସି): ବହୁ ଚର୍ଚ୍ଚିତ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଗନି ତୁର୍କରର ଦେହାନ୍ତ ହୋଇଯାଇଛି । ଶୁକ୍ରବାର ତା’କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତା’କୁ ବଞ୍ଚାଇବା ସମ୍ଭବ ହୋଇପାରିନାହିଁ । ଚିକିତ୍ସାଧୀନ ଅବସ୍ଥାରେ ଏକ ସରକାରୀ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛି । ନାଗପୁର ଜେଲ୍ ଅଧୀକ୍ଷକ ରାନି ଭୋଁସଲେ କହିଛନ୍ତି, ତୁର୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ହସ୍ପିଟାଲ୍ ନିଆଯାଇଥିଲା । ତେବେ ସେଠାରେ ତା’ର ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି । ପ୍ରକାଶ ଯେ, ୧୯୯୩ ମାର୍ଚ୍ଚ ୧୨ରେ ମୁମ୍ବାଇର ସେଣ୍ଟ୍ରାଲ ବଜାରରେ ହୋଇଥିବା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଥିଲା ତୁର୍କ । ଏଥିରେ ୧୧୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଶତାଧିକ ଆହତ ହୋଇଥିଲେ । ଏହି ଘଟଣାରେ ସ୍ୱତନ୍ତ୍ର ଟାଡା କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲା । ତେବେ ୨ଠ୧୨ରେ ତାକୁ ନାଗପୁର ଜେଲକୁ ଅଣାଯାଇଥିଲା । ଏବେ ତା’ର ମୃତ୍ୟୁ ହୋଇଛି ।