ମୁମ୍ବାଇ ବ୍ୟତୀତ ଅନ୍ୟ ପ୍ରମୁଖ ସହରରେ ଆବାସ ଶସ୍ତା
ନୂଆଦିଲ୍ଲୀ, (ଏଜେନ୍ସି): ଆବସ ପାଇଁ ମୁମ୍ବାଇ ସବୁଠାରୁ ମହଙ୍ଗା ସହର ବୋଲି ଉଲ୍ଲେଖ କରାଯାଇଛି । ଆବାସ ବଜାରରେ ସର୍ବାଧିକ ସ୍ଥିର ମୂଲ୍ୟ ଓ ଶୁଳ୍କ ହାର ମୁମ୍ବାଇରେ ମିଳିଛି । ସମ୍ପତ୍ତି ସମ୍ବନ୍ଧିତ ପରାମର୍ଶ ଦେଉଥିବା କମ୍ପାନୀ ଜେଏଲ୍ଏଲ୍ ଇଣ୍ଡିଆ ଅନୁସାରେ ଆବାସ ପାଇଁ ମୁମ୍ବାଇ ତୁଳନାରେ ଦେଶର ଅନ୍ୟ ସମସ୍ତ ସହର ଶସ୍ତା । କମ୍ପାନୀ ଜାରି କରିଥିବା ଆବାସ କ୍ରୟ ସୂଚକାଂକରେ ଉଲ୍ଲେଖ କରିଛି ଯେ ୨୦୧୮ରେ ହାଇଦ୍ରାବାଦ୍ରେ ଆବାସ ବଜାର ସବୁଠାରୁ ଶସ୍ତା । ହାଇଦ୍ରାବାଦ୍ ପରେ କୋଲକାତା ଓ ପୁନେର ସ୍ଥାନ ରହିଛି । ସୁଚନାନୁସାରେ, ଦିଲ୍ଲୀ ଏନ୍ସିଆର୍, ବେଙ୍ଗାଲୁର, ଚେନ୍ନାଇ, ପୁନେ, ହାଇଦ୍ରାବାଦ୍ ଓ କୋଲକାତାରେ ୨୦୧୧ରୁ ୨୦୧୮ ମଧ୍ୟରେ ମୂଲ୍ୟର ଅଧ୍ୟୟନ କରାଯାଇଛି । କମ୍ପାନୀ ଅନୁସାରେ ୨୦୧୩ରେ କେବଳ ହାଇଦ୍ରାବାଦ୍ ହିଁ ଶସ୍ତା ଆବାସ ଶ୍ରେଣୀରେ ରହିଥିଲା । ହେଲେ ୨୦୧୮ରେ ମୁମ୍ବାଇକୁ ଛାଡ଼ି ଅନ୍ୟ ସମସ୍ତ ପ୍ରମୁଖ ସହର ଏହି ଶ୍ରେଣୀ ଭୁକ୍ତ ହୋଇଛନ୍ତି ।


