ମୁମ୍ବାଇ –ହାୱଡା ସୁପରଫାଷ୍ଟ ଦୁର୍ଘଟଣା ଗ୍ରସ୍ତ
ରାଉରକେଲା ; ଲୋଟାପାହାଡ ରେଳ ଷ୍ଟେସନ ନିକଟରେ ମୁମ୍ବାଇ ହାଇୱା ରେଳ ଲାଇନଚ୍ୟୁତ ହୋଇ ସୋମବାର ରାତି ପ୍ରାୟ ୨ ଟାରେ ଏଭଳି ଘଟଣା ଘଟିଛି । ତେବେ ଏହି ଦୂର୍ଘଟଣାରେ କେହି ଯାତ୍ରୀ ଆହାତ ହୋଇନଥିବା ଜଣାପଡିଛି ।ମିଳିଥିବା ସୁଚନା ମୁତାବକ ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ଲୋଟାହପାହାଡ ଓ ସୋନୁଆ ଷ୍ଟେସନ ମଧ୍ୟରେ ସୁପରଫାଷ୍ଟ ( ୧୨୮୦୯) ପାର୍ସଲ ଭ୍ୟାନ ଲାଇନଚ୍ୟୁତ ହୋଇଥିଲା । ରାତି ପ୍ରାୟ ୧.୧୫ ମିନିଟରେ ଏଭଳି ଘଟଣା ଘଟିଥିବା କଥା କୁହାଯାଉଥିବା ବେଳେ ଏହା ସହ ପାର୍ସଲ ଭ୍ୟାନ ଯୋଡି ହୋଇରହିଥିଲା । ଅତ୍ୟଧିକ ଓଜନ କାରଣରୁ କନେକ୍ସନ ପାଇପ ଫାଟିଯାଇଥିବା କଥା କୁହାଯାଉଛି । ଏହା ପରେ ରେଳ ବିଭାଗର କର୍ମଚାରୀ ପହଞ୍ଚି ସଜାଡିବା ପରେ ସକାଳ ୬ ଟାରେ ହାଇୱା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହି ଭଳି ଦୂୁର୍ଘଟଣା ଘଟିଥିବାରୁ ଶହ ଶହ ଯାତ୍ରୀ ଅସୁବିଧାର ସମ୍ମୁଖିନ ହୋଇଥିଲେ ।