ମୁର୍ସିଦାବାଦ ମିସ୍ତ୍ରୀ ଙ୍କ ଗୁଣ୍ଡାରାଜ : ସାମ୍ବାଦିକ ଙ୍କୁ ମାରଣାତ୍ମକ ଆକ୍ରମଣ, ୮ ଗିରଫ

କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ଆଜି ସକାଳ ୯ ଘଟିକା ସମୟରେ କରଞ୍ଜିଆ ଏନଏସି ର ଗଡ଼ସାହି ଅଞ୍ଚଳ ର ବାସିନ୍ଧା ଏକ ଟିଭି ଚ୍ୟାନେଲ ସାମ୍ବାଦିକ ସତ୍ୟବ୍ରତ ବେହେରା ଙ୍କୁ ମୁର୍ସିଦାବାଦ ମିସ୍ତ୍ରୀ ମାନେ ସାଙ୍ଗବୋଧ ଭାବେ ମାରଣାତ୍ମକ ଆକ୍ରମଣ କରିଛନ୍ତି । ଆକ୍ରମଣ ରେ ସତ୍ୟବ୍ରତ ଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଦେଖିବାକୁ ମିଳିଛି ।ପ୍ରାପ୍ତ ସୂଚନା ଅନୁଯାୟୀ ସତ୍ୟବ୍ରତ ଙ୍କ ଘର ନିକଟରେ ନୂତନ ଘର ନିର୍ମାଣ ଚାଲିଛି ଘର ନିର୍ମାଣ ନିମନ୍ତେ କେତେକ ମୁର୍ସିଦାବାଦ ମିସ୍ତ୍ରୀ କାମ କରୁଛନ୍ତି । ଉକ୍ତ ମିସ୍ତ୍ରୀ ମାନଙ୍କ ମଧ୍ୟରୁ ଦୁଇଜଣ ଆଜି ସକାଳ ୯ ଘଟିକା ସମୟରେ ସତ୍ୟବ୍ରତ ଙ୍କ ଘର ପଛପଟେ ଥିବା ଗାଧୁଆ ଘର ଓ ପାଇଖାନା କୁ ବଳପୁର୍ବକ ପ୍ରବେଶ କରି ବ୍ୟବହାର କରୁଥିବା ସମୟ ରେ ସତ୍ୟବ୍ରତ କାହିଁକି ଆମ ପାଇଖାନା ରେ ଝାଡା କରୁଛ ବୋଲି କହିବାରୁ ମିସ୍ତ୍ରୀ ଜଣକ ତାଙ୍କ ସାଥି ଙ୍କ ସହିତ ତାଙ୍କୁ ସେଠାରେ ଅଟକାଇ ତାଙ୍କ ଲିଡର ରଫିକ ନାମକ ମିସ୍ତ୍ରୀ କୁ ଡାକିଥିଲେ । ରଫିକ ସତ୍ୟବ୍ରତ ଙ୍କୁ ଅତ୍ୟନ୍ତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତୁମ ପାଇଖାନା ବ୍ୟବହାର କଲୁ ତ କଣ ହେଲା ତାଙ୍କୁ କାହିଁକି ଗାଳି ଦେଉଛ କହିବାରୁ ଏକ ଲୁହା ଛଡ଼ ଧରି ମାର ବୋଲି କହିବାରୁ ଉପସ୍ଥିତ ଥିବା ଅନ୍ୟ ୮ ଜଣ ତାଙ୍କୁ କାବୁ କରି ଲୁହା ଛଡ଼ ରେ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ପୋଡ଼ଶୀ ସାମ୍ବାଦିକ ଅରୁଣ ବେହେରା ଓ ଅନ୍ୟ ମାନେ ଆସି ତାଙ୍କୁ ଉକ୍ତ ଦୁର୍ବୁର୍ତ୍ତ ଙ୍କ ଠାରୁ ଉଦ୍ଧାର କରିଥିଲେ ଆକ୍ରମଣ ରେ ସତ୍ୟବ୍ରତ ଙ୍କ ବେକ ଓ କାନ ରେ ଗଭୀର ଆଘାତ ଲାଗିଛି ।
ସତ୍ୟବ୍ରତ କରଞ୍ଜିଆ ଥାନାରେ ଏତଲା ଦେବା ପରେ କରଞ୍ଜିଆ ପୋଲିସ କେଶ ନଂ ୧୭୯/୨୨ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଙ୍କ ବିରୋଧ ରେ ଆଇପିସି ଦଫା ୨୯୪/ ୪୪୭/୩୨୩/୩୪୧/୩୨୪/୫0୬/୩୪ ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ରଫିକ ସମେତ ଅନ୍ୟ ସାତ ଜଣକୁ ଗିରଫ କରି ଡାକ୍ତରୀ ଯାଞ୍ଚ ପରେ କୋର୍ଟ କୁ ଚାଲାଣ କରିଛି ।
ବିଗତ କିଛି ମାସ ହେବ ଅଞ୍ଚଳ ରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳ ରେ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏମାନଙ୍କ ମଧ୍ୟରେ କିଛି ରାଜମିସ୍ତ୍ରୀ, ଫେରିବାଲା ଭାବେ କାର୍ଯ୍ୟ କରୁଛନ୍ତି ଏବଂ ସମୟ ସୁଯୋଗ ଦେଖି ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପ ଜାରିରଖିଛନ୍ତି । ଅନୁପ୍ରବେଶକାରୀ ବାଂଲାଦେଶୀ ଓ ମୁର୍ସିଦାବାଦ ମିସ୍ତ୍ରୀ ଙ୍କ ଗୁଣ୍ଡାରାଜ ଓ ଅରାଜକତା ବୃଦ୍ଧି ପାଉଥିବାରୁ କରଞ୍ଜିଆ ଥାନା ଅଞ୍ଚଳ ରେ ରହୁଥିବା ବାହାର ରାଜ୍ୟ ଲୋକଙ୍କ ପରିଚୟ ଯାଞ୍ଚ କରିବା ସହିତ ଦୋଷୀଙ୍କ ବିରୋଧ ରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଖଣ୍ଡ ର ସାମ୍ବାଦିକ ବୃନ୍ଦ କରଞ୍ଜିଆ ଥାନା ଅଧିକାରୀ ଙ୍କ ନିକଟରେ ଦାବୀ ଉପସ୍ଥାପନ କରିଥିଲେ ଥାନା ଅଧିକାରୀ ସମସ୍ତ ଙ୍କ ପରିଚୟ ଯାଞ୍ଚ କରିବାକୁ ସମ୍ମତି ପ୍ରକାଶ କରିବା ସହିତ କରଞ୍ଜିଆ ବାସୀଙ୍କ ସହଯୋଗ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ