ମୁଲ୍ୟହୀନ ହୋଇ ପଡିଲା ବେସଲାଇନ ଆସେସମେଣ୍ଟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ଆଜିଠାରୁ ଆରମ୍ଭ ହୋଇଛି ବେସଲାଇନ ଆସେସମେଣ୍ଟ (ପ୍ରାରମ୍ଭିକ ମୁଲ୍ୟ ନିର୍ଦ୍ଧାରଣ)ପରୀକ୍ଷା । ବ୍ଲକରେ ମୋଟ ୧୨ହଜାରରୁ ଉର୍ଦ୍ଧ ତୃତୀୟରୁ ୯ମଶ୍ରେଣୀ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଉଛନ୍ତି । ତିନିଦିନ ଧରି ଏହି ପରୀକ୍ଷା ହେବାକୁ ଥିବାବେଳେ ଏଥିପାଇଁ ଦିଆଯାଉଥିବା ପ୍ରଶ୍ନପତ୍ରକୁ ନେଇ ଉଠିଛି ପ୍ରଶ୍ନବାଚୀ । ସର୍ବଶିକ୍ଷା ଯୋଜନା ତରଫରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବାକୁ ଥିବାବେଳେ କେବଳ ମେଲରେ ଗୋଟିଏ ଗୋଟିଏ ପ୍ରଶ୍ନପତ୍ର ଯୋଗାଇ ଦିଆଯାଇଛି । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସିଆରସିସିଙ୍କ ଗ୍ରୁପକୁ ପ୍ରଶ୍ନପତ୍ର ଦିଅଯାଇ ଜେରକ୍ସ କରି ପରୀକ୍ଷା କରିବାକୁ କୁହାଯାଇଛି । ଯାହାକୁ ନେଇ ଏହି ପରୀକ୍ଷାାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିଆରସିସିଙ୍କ ଠାରୁ ପ୍ରଶ୍ନପତ୍ର ପାଇ ଶିକ୍ଷକମାନେ ଏହି ପ୍ରଶ୍ନପତ୍ରକୁ ଜେରକ୍ସ କରି ଆଜିଠାରୁ ପରୀକ୍ଷା କରିଥିବାବେଳେ ଅଧିକାଶଂ ଛାତ୍ରଛାତ୍ରୀ ପୁର୍ବରୁ ପ୍ରଶ୍ନପତ୍ର ପାଇ ପରୀକ୍ଷା ଦେଇଛନ୍ତି ବୋଲି ଅନେକ ଅଭିଭାବକ ଆପତ୍ତି ଉଠାଇଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ କାହିଁକି ଏପରି ଖେଳ ଖେଳାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଆରସିସିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯାହା ଉପରୁ ନିଦେ୍ର୍ଦଶ ଆସିଛି ଆମେ ସେହି ଅନୁସାରେ ପରୁଛୁ ବୋଲି କହିଛନ୍ତି ।