ମୁଳୁଗାଁ ସେବାସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ

ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ମୁଳୁଗାଁ ସେବାସମବାୟ ସମିତି ପକ୍ଷରୁ ଆଜି ଧାନମଣ୍ଡି ଉଦ୍ ଘାଟିତ ହୋଇଅଛି। ସମିତିର ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର ନାଥ ମହାନ୍ତି ଏହି ଧାନ ମଣ୍ଡି ଉଦ୍ ଘାଟନ କରିଥିଲେ। ଶାଖା ପରିଚାଳକ ଚୌଧୁରୀ ଅଜୀତ୍ କୁମାର ଦାସ, ଯୋଗାଣ ବିଭାଗ ପକ୍ଷରୁ ହେମନ୍ତ କୁମାର ସ୍ବାଇଁ, ସମବାୟ ସଂପାଦକ ହେମନ୍ତ କୁମାର ମହାପାତ୍ର, ଡାଟା ଏଣ୍ଟ୍ରି ଅପରେଟର ବିଶ୍ବ ଜିତ୍ ସ୍ବାଇଁ, ସହାୟକ ରଶ୍ମି ରଞ୍ଜନ ସ୍ବାଇଁ, ସରପଞ୍ଚ ପ୍ରତିନିଧି ଅଚ୍ୟୁତାନନ୍ଦ ପରିଡା, ସମିତି ସଭ୍ୟ ଦିଲ୍ଲୀପ କୁମାର ସ୍ବାଇଁ,ମୁଳୁଗାଁ ବିଜେଡି ସଭାପତି ଭାସ୍କର ଚନ୍ଦ୍ର ପରିଡା, ଉପସ୍ଥିତ ଚାଷୀ ମାନଙ୍କୁ ଧାନ ଦେବାର ନିୟମ ବିଷୟରେ ବୁଝାଇବା ସହିତ କ୍ରୟ ମୂଲ୍ୟ ପାଇବା ଉପରେ ଆଲୋଚନା କରିଥିଲେ। ଚାଷୀ ମାନଙ୍କ ତରଫରୁ ଶଙ୍କର ସଣ ରାଉତ, ହୃଷିକେଶ ସାହୁ, ଲଳିତ ରାଉତରାୟ, ଶଶିଭୂଷଣ ରାଉତ, ହେମନ୍ତ ନାୟକ, କୃଷ୍ଣ ଚନ୍ଦ୍ର ଦାସ,ଇଂ- ନିତ୍ଯାନନ୍ଦ ସାହୁ ,ସୁରେନ୍ଦ୍ର ଦାସ ,ଅକ୍ଷୟ କୁମାର ରାଉତ, ଲେବର୍ ସର୍ଦ୍ଦାର ଯୋଗେନ୍ଦ୍ର ଭୋଇ ପ୍ରଭୃତି ଉପସ୍ଥିତ ରହି ସମିତିକୁ ଧାନ ସଂଗ୍ରହ ନିମନ୍ତେ ସହଯୋଗ କରିବେ ବୋଲି ମତବ୍ୟକ୍ତ ପ୍ରକାଶ କରିଥିଲେ। ତାରା ମିଲର୍ ସମ୍ବଲପୁର ଧାନ ସଂଗ୍ରହ ନିମନ୍ତେ ଚୁକ୍ତି କରିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ