ମୁଷାମରା ଔଷଧ ଖାଇ ଭିନ୍ନକ୍ଷମଙ୍କ ଆତ୍ମହତ୍ୟା ଉଦ୍ୟମ

ବୁଗୁଡ଼ା,(ଅନିଲ କୁମାର ମହାରଣା): ବୁଗୁଡ଼ା ବ୍ଲକ୍ କଳମ୍ବ ପଞ୍ଚାୟତ ଅନ୍ତର୍ଗତ କାଦପଡା ଗ୍ରାମର ବାବୁଲା ସାହୁ (୪୫) ନାମକ ଜଣେ ଭିନ୍ନକ୍ଷମ ବ୍ଯକ୍ତି ମୂଷାମରା ଔଷଧ ଖାଇ ଆତ୍ମହତ୍ଯା ଉଦ୍ୟମ କରି ଗୁରୁତର ହେବାପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି। ବାବୁଲା ଆଜକୁ ୩ ବର୍ଷ ତଳେ ସୁରଟରେ ରହି କାମ କରୁଥିବା ବେଳେ ଟ୍ରେନରୁ ଖସିପଡି ଡ଼ାହାଣ ହାତଟି ହରେଇ ଭିନ୍ନକ୍ଷମ ହୋଇ ଯାଇଥିଲେ। ତାପରଠାରୁ ନିଜ ଗ୍ରାମ କାଦପଡାରେ ରହୁଥିବା ବେଳେ ସ୍ତ୍ରୀ ମଜୁରୀ ଖଟି ତାଙ୍କ ସ୍ଵାମୀ ଓ ୩ ଝିଅଙ୍କ ଭରଣ ପୋଷଣ କରିଆସୁଛନ୍ତି।ଗତ ୨୦ ତାରିଖ ଦିନ ୧୧ ଟା ବେଳେ ବାବୁଲା ମୂଷା ମରା ଔଷଧ ଖାଇଦେଇ ଛଟପଟ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ହସ୍ପିଟାଲକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାହାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ