ମୁଷ୍ଟିମେୟଙ୍କ କବଜାରେ ଧାନଖଳା, ବସଷ୍ଟପରେ ଧାନ ଢାଳିଲେ ଚାଷୀ
ହାଟଡିହି, (ବିକାଶ ବିଶ୍ୱାଳ):ଚାଷୀମାନେ ସୁବିଧାରେ ଯେପରି ଧାନ ଅମଳ କରିପାରିବେ ସେନେଇ ପୂର୍ବ ସରକାର ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପ୍ରତି ଗାଁରେ କଂକ୍ରିଟ ଧାନଖଳା ନିର୍ମାଣ କରାଯାଇଛି । ହେଲେ ଅନେକ ସ୍ଥାନରେ ଏହି କଂକ୍ରିଟ ଧାନଖଳା ଗୁଡିକ ବ୍ୟକ୍ତିଗତ କାମରେ ଲଗାଉ ଥିବାରୁ ଚାଷୀ ମାନେ ଏହାକୁ ବ୍ୟବହାର କରି ପାରୁ ନାହାନ୍ତି। ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ସାହାପୁର ଗ୍ରାମରେ। ଚାଷୀଙ୍କ ସୁବିଧା ପାଇଁ ଏଠାରେ ଅନେକ ବର୍ଷ ତଳୁ ନିର୍ମାଣ କରଯାଇଛି ଧାନଖଳା। କିନ୍ତୁ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଧାନ ଖଳାରେ କିଛି ମୁଷ୍ଟିମେୟ ଲୋକ ବାଲି, ଚିପିସ୍, ମେଣ୍ଟାଲ ପଥର ଓ ବାଉଁଶ କଣି ଗଚ୍ଛିତ ରଖିଥିବାରୁ ଏହା ଚାଷୀଙ୍କ କମରେ ଆସିପାରୁନି। ଏପରିକି ଚାଷୀମାନେ ଏପରି କାର୍ଯ୍ୟକୁ ବିରୋଧ ମଧ୍ଯ କରି ପାରୁ ନାହାନ୍ତି। ଏବେ କିଛି ଚାଷୀ ଧାନ ଅମଳ କରିବାକୁ ନିଜର ଜାଗା ବାଡି ନଥିବାରୁ ମୁଖ୍ୟମନ୍ତ୍ରୀ ବସ ସେବା ଷ୍ଟାଣ୍ଡରେ ଆଣି ଧାନକୁ ଗଚ୍ଛିତ ରଖିଛନ୍ତି। ଯାତ୍ରୀ ବସିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସୌନ୍ଦର୍ଯ୍ୟ କରଣ କରାଯାଇଥିବା ଏହି ଘରେ ଧାନ ରଖିବା ସହିତ ବସଷ୍ଟପ ନିକଟରେ ଜରିପାଲ ଟାଣି ଧାନ ଜଗିବା ପାଇଁ ରାତି ବିତାଉଥିବା ଦେଖିବକୁ ମିଳିଛି। ଯାହା ଫଳରେ ବସ୍ ଷ୍ଟାଣ୍ଡ ଭିତରେ ଯାତ୍ରୀ ବସିବାକୁ ସ୍ଥାନ ପାଇ ପାରୁ ନାହାନ୍ତି। ଯାହାଦ୍ବାରା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଥିବା ବସଷ୍ଟପ ଯୋଜନାର କାର୍ଯ୍ୟକାରୀକୁ ନେଇ ପ୍ରଶ୍ନ ଉଠିଛି। ବ୍ଲକ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।