ମୁହଁ ଉପରେ ଜବାବ
ଦିପ୍ତିମୟୀ ନାୟକ
ଅନେକ ଲୋକ ନିଜ ମନର କଥାକୁ ମନରେ ରଖନ୍ତିନି ସେଥିପାଇଁ ସେମାନେ ଯେତେବେଳେ ଯାହା ଶୁଣନ୍ତି ଭଲ ଲାଗିଲେ ଭଲ କଥା ଖରାପ ଲାଗିଲେ ଖରାପ କଥା ବୋଲି ମୁହେଁ ମୁହେଁ କହିଦେଇଥାନ୍ତି କିନ୍ତୁ ଏହି ମୁହେଁ ମୁହେଁ କଥା କହିବା ଅଭ୍ୟାସ ବେଳେବେଳେ କିଛି ଲୋକଙ୍କୁ ବିପଦରେ ପକେଇପାରେ କାହିଁକି ନା ଯେଉଁମାନେ ମୁହେଁ ମୁହେଁ କୁହନ୍ତି ସେମାନଙ୍କୁ କିଛି ଲୋକ ପସନ୍ଦ କରନ୍ତିନି | ସେଥିପାଇଁ ସେମାନେ ସେମାନଙ୍କ ଆଗରେ ତ କିଛି କଥା କୁହନ୍ତିନି କିନ୍ତୁ ସେମାନଙ୍କ ପଛରେ ବଡ଼ ବଡ଼ ଷଡଯନ୍ତ୍ର କରିଥାଆନ୍ତି | କେମିତି ଏମାନଙ୍କ ମୁହଁ ବନ୍ଦ କରିବା ହେଲେ କଣ ହେବ ଯେଉଁମାନେ ମୁହେଁ ମୁହେଁ ସତ କଥା କହିବା ଅଭ୍ୟାସ ରଖିଥାଆନ୍ତି ସେମାନେ କେବେ ଭୟ କରନ୍ତିନି ସତ କଥା କହିଦେଲେ କିଏ ବା କେଉଁ ବିପଦରେ ପକେଇ ପାରିବ | କାହିଁକି ନା ସେମାନେ ପ୍ରତି ମୁହୂର୍ତ୍ତରେ ସେହି ବିପଦକୁ ସାମ୍ନା କରିଛନ୍ତି ଯେଉଁ ବିପଦକୁ ଡରି ଅନ୍ୟମାନେ ମୁହଁ ବନ୍ଦ କରି ଚୁପ ହୋଇ ବସି ଥାଆନ୍ତି |ତେବେ ଯଦି ଆପଣ ମୁହେଁ ମୁହେଁ କହିବା ଅଭ୍ୟାସ ରଖିଛନ୍ତି ତେବେ ସେଟା ଆପଣଙ୍କ ପାଇଁ ଭଲ କଥା କାହିଁକି ନା ମୁହେଁ ମୁହେଁ ସେହିମାନେ ଜବାବ ଦିଅନ୍ତି ଯେଉଁମାନେ ଅନ୍ୟାୟକୁ ପ୍ରତିବାଦ କରନ୍ତି | ନିଜ ପାଇଁ ସ୍ୱର ଉଠେଇବା ସହ ଅନ୍ୟ ପାଇଁ ସ୍ୱର ଉଠେଇବାର ସକ୍ଷମ ନିଜ ପାଖରେ ରଖିଥାଆନ୍ତି | କଥାରେ ଅଛି ଚୁଚୁନ୍ଦ୍ରା ହେବା ଅପେକ୍ଷା ମୂଷା ହେବା ବହୁତ ଭଲ କାରଣ ଚୁଚୁନ୍ଦ୍ରା ଗନ୍ଧକୁ ତ ଲୋକେ ଘୃଣା କରନ୍ତି ହେଲେ ମୂଷାକୁ କେହି କେବେବି ଘୃଣା କରନ୍ତିନି | ସବୁବେଳେ ମୂଷା ହେବାକୁ ଚେଷ୍ଟା କର ପଛେ କିନ୍ତୁ ଚୁଚୁନ୍ଦ୍ରା ହେବାକୁ କେବେବି ଇଚ୍ଛା କରନି | ଆମ ସମାଜରେ ଆଜିବି କିଛି ଲୋକ ଚୁଚୁନ୍ଦ୍ରା ପରି ଅଛନ୍ତି ଯେଉଁ ଲୋକ ଗୁଡାକୁ ଭଲ କହିଲେ ତାଙ୍କ ମନର ଦୁର୍ଗନ୍ଧ ହିଁ ଜଣେଇ ଦେବ ଏମାନେ କେଡେ ଚୁଚୁନ୍ଦ୍ରା ପ୍ରକୃତିର ଲୋକ ବୋଲି ତେଣୁ ଏମାନଙ୍କ ସହ ବାରମ୍ବାର ଯୁକ୍ତି କରିବା ଏମାନଙ୍କ ମୁହଁ ଉପରେ ବାରମ୍ବାର ଜବାବ ଦେଇ ଏମାନଙ୍କୁ ଯେଉଁମାନେ ସାବଡ଼ କରିବାକୁ ଚାଁହୁଛନ୍ତି ସେମାନଙ୍କ ପାଇଁ ଭଲ ହେବ ଏଭଳି ଲୋକଙ୍କ ସହ ଅଯଥା ଯୁକ୍ତି ନକରି ଏମାନଙ୍କ ମୁହଁ ଉପରେ ଜବାବ ନଦେଇ ଏମାନଙ୍କୁ ଗୁରୁତ୍ୱ ନଦେବାପାଇଁ ପ୍ରୟାସ ଏମାନଙ୍କ ପାଇଁ ଶ୍ରେଷ୍ଠ ଉପାୟ ହେବ | ହେଲେ ମଣିଷ ମନ ବୁଝେନି ଯିଏ ଅନ୍ୟାୟକୁ ପ୍ରତିବାଦ କରେ ସେ କେମିତି ଏମାନଙ୍କୁ ପ୍ରତିବାଦ କରିପାରିବନି ବୋଲି ଚେଷ୍ଟା କରେ କିନ୍ତୁ କଣ ହେବ ଏମାନଙ୍କର ଗୋଟେ ବର୍ଦ୍ଧପାଗଳ ଗୋଷ୍ଠି ଥାଏ ଯେଉଁ ପାଗଳ ଗୋଷ୍ଠୀଙ୍କ ଭିତରେ ଏମାନଙ୍କ ନାମ ସର୍ବଶ୍ରେଷ୍ଠ ସ୍ଥାନରେ ଥାଏ | ଏମାନଙ୍କ ହଁରେ ଯିଏ ହଁ ମାରିଲା ସେ ପ୍ରିୟ ହୋଇ ରହିଲା ଆଉ ଯିଏ ଏମାନଙ୍କ ହଁରୁ ନାକୁ ପରିବର୍ତ୍ତନ କଲା ସେ ଏ ଦୁନିଆର ସବୁଠାରୁ ବଡ଼ ଶତ୍ରୁ ହୋଇଗଲା | ଶତ୍ରୁ ହୁଅନ୍ତୁ ପଛେ କିନ୍ତୁ ଏମାନଙ୍କ କଥାକୁ ଗୁରୁତ୍ୱ ଦିଅନ୍ତୁନି କାରଣ ଜଣେ ଦୁଇଜଣ ଯଦି ପାଗଳ ହେବେ ଅନ୍ୟ ମାନେ ତ ପାଗଳ ନୁହଁନ୍ତି ନା ତାହେଲେ କାହିଁକି ନିଜ ମନକୁ ଛୋଟ କରୁଛନ୍ତି | ସବୁବେଳେ ନିଜ ଇଚ୍ଛାରେ ମାଲିକ ହୁଅ | ଭୁଲ ଥିଲେ ମୁଣ୍ଡ ନୁଆଇଁ ଦିଅ ଠିକ ଥିଲେ ମୁଣ୍ଡକୁ ଉପରକୁ କରି ଠିକ ଭୁଲର କଥା କୁହ | ସବୁ ସମୟ ସମୟର କଥା ହୁଏତ ବର୍ଦ୍ଧପାଗଳଙ୍କ ଗୋଷ୍ଠୀ ସଂଖ୍ୟା ବୃଦ୍ଧି ପାଇଛି ହେଲେ ଆଜିବି କିଛି ଭଲ ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ଭାବନାକୁ ବୁଝି କଅଁଳିଆ କଥା କହି ମନକୁ ସାନ୍ତ୍ୱନା ଦେଇପାରନ୍ତି | ଏ ଦୁନିଆରେ ଆମେ ଯଦି କାହାକୁ ଭଲ କହିବା ଆଗରୁ ଆଗ ନିଜକୁ ଭଲ ମଣିଷ ଭାବରେ ଗଢି ତୋଳିବା ଉଚିତ କାରଣ ନିଜେ ଭଲ ମଣିଷ ହେଲେ ଦୁଷ୍ଟ ଲୋକଙ୍କୁ କଥାରେ କଥାରେ ଘାଇଲା କରି ହେବ | ଯଦି ଆପଣ ସତ କଥା କହି ପରେ ଭାବୁଛନ୍ତି ମୋ କଥା ମୋ ଉପରେ ମହଙ୍ଗା ପଡିଲା ତେବେ ଦୁଃଖ କରନାହିଁ | ଆପଣଙ୍କ ସତ ହିଁ ଆପଣଙ୍କର ନୂଆ ଏକ ପରିଚୟ | ସବୁବେଳେ ସତ କହୁଥିବା ଲୋକଙ୍କୁ ଲୋକେ ଭଲ ପାଆନ୍ତି ମିଛୁଆ ଲୋକଙ୍କ ପାଇଁ ତ ସବୁବେଳେ ନିନ୍ଦା ଅପବାଦ ସଜାଡିକି ରଖିଥାଆନ୍ତି |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ