ମୁହଁ ଖାଲିଲେ ମୌନି
ଟେଲିଭିଜନ ନାୟିକା ମୌନି ରାୟ ଦୁବଇର ଜଣେ ବ୍ୟାଙ୍କର ସୁରଜ ନାମ୍ବିୟାରଙ୍କୁ ଡେଟ୍ କରୁଛନ୍ତି ବୋଲି କିଛିଦିନ ହେବ ଆଲୋଚନା ହେଉଥିଲା । ଏମିତିକି ମୌନି ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ସୁରଜଙ୍କ ସହ ଥାଇଲାଣ୍ଡରେ ଅଛନ୍ତି ବୋଲି ଶୁଣିବାକୁ ମିଳିଥିଲା । ତାଙ୍କର ଜଣେ ବନ୍ଧୁ ସୋସିଆଲ ମିଡିଆରେ ମୌନିଙ୍କର ଏକ ଫଟା ଶେୟାର କରିବା ସହ ମୌନିଙ୍କ ଡେଟିଂ ସର୍ମ୍ପକରେ ସୂଚନା ଦେଇଥିଲେ । ଯାହା ନିଆଁ ଭଳି ବ୍ୟାପି ଯାଇଥିଲା । ହେଲେ କିଛି ସମୟ ପରେ ଉକ୍ତ ଫଟୋଟି ଡିଲିଟ୍ ହୋଇଯାଇଥିଲା । ନିକଟରେ ଏହାକୁ ନେଇ ମୁହଁ ଖାଲିଛନ୍ତି ମୌନି । ସେ କହିଛନ୍ତି ସୁରଜଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ମୁମ୍ବାଇ ମିରରକୁ ଦେଇଥିବା ଏକ ସାକ୍ଷାତକାରରେ ମୌନି କହିଛନ୍ତି ତାଙ୍କ ବନ୍ଧୁମାନେ ଭଲଭାବେ ଜାଣିଛନ୍ତି ଯେ ସେ ଏବେ ସିଙ୍ଗଲ ଅଛନ୍ତି । ଏହାସହ ଏବେ ସେ ତାଙ୍କ କ୍ୟାରିୟରକୁ ଶହେ ପ୍ରତିଶତ ସମୟ ଦେବାକୁ ଚାହାଁନ୍ତି । ସବୁଠାରୁ ବଡ କଥା ହେଲା ମୌନି ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ସବୁବେଳେ ଅଲଗା ରଖିବାକୁ ଚାହାଁନ୍ତି । ତେଣୁ ସେ କହିଛନ୍ତି ସେ ଏମିତି ଏକ ଜୀବନସାଥି ବାଛିବେ ଯେ ତାଙ୍କ ପାଇଁ ସବୁ ଦୃଷ୍ଟିରୁ ପରଫେକ୍ଟ ହୋଇଥିବେ । ହେଲେ ଏବେ ସେ ସେମିତି କିଛି ଚିନ୍ତା କରି ନ ଥିବା ସ୍ପଷ୍ଟ କରିଛନ୍ତି ।


