ମୁହଁ ଖୋଲିଲେ ବିଜୟ
(ଯୁଗାବ୍ଦ ନ୍ୟୁଜ) ସରିଛି ପାଟକୁରା ନିର୍ବାଚନ । ନିର୍ବାଚନ ହାରିବା ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଭେଟରାନ ବିଜେପି ନେତା ବିଜୟ ମହାପାତ୍ର । ଏହି ନିର୍ବାଚନ କୁ ଶାସକ ଦଳ ଯେପରି ଭାବେ ଲଢୁଥିଲା ତାହା ଇତିହାସ ରେ ପ୍ରଥମ ଏହି ପରାଜୟ କୁ ନେଇ ସେ ସମ୍ପୂର୍ଣ୍ଣ ଭାବେ ବିଜେଡି ଦାୟୀ କରିଛନ୍ତି । ନିଜର ପରାଜୟ ର ଗ୍ଲାନି କୁ ବିଜେଡି ଉପରେ ଲଦି ଶାସକ ଦଳ କୁ କଟାକ୍ଷ କରିଛନ୍ତି ବିଜୟ । ପରାଜୟ ଉପରେ କଡା ଟିପ୍ପଣୀ ଓ ଷଡଯନ୍ତ୍ର ର ଅଭିଯୋଗ ଆଣିଛନ୍ତି ଏହି ବରିଷ୍ଠ ନେତା । ସେ କହିଛନ୍ତି ପାଟକୁରା ବିଧାନସଭା କ୍ଷେତ୍ର କୁ ଯେପରି ଭାବେ ମାଳମାଳ ନେତା ମନ୍ତ୍ରୀ ବିଧାୟକ ମାନଙ୍କ କଡା ନଜରେ ଥିଲା । ତେବେ ୨୨ ଟି ପଞ୍ଚାୟତ ର ଫଳାଫଳ କୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । ସାରା ନିର୍ବାଚନ ମଣ୍ଡଳୀ କୁ ବିଜେଡି ଯେପରି ଭାବେ ଘେରା ବନ୍ଦୀ କରି ରଖିଥିଲା ତାହା କେତେ ଦୂର ଠିକ ବୋଲି ପ୍ରଶ୍ନ କରିଛନ୍ତି ।


