ମୁ୍ଖ୍ୟମନ୍ତ୍ରୀଙ୍କ ରୋଡ ସୋ ….

ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରଠାରେ ତାଙ୍କର ହାଇଟେକ୍ ପ୍ରଚାର କରିବାର ଯୋଜନା କରିଛନ୍ତି ବୋଲି ସୁଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ଆଜି ଅପରାହ୍ନରେ ହେଲିକପ୍ଟର ଯୋଗେ ଆସି ସମ୍ବଲପୁରର ରେଙ୍ଗାଲିଠରେ ଲ୍ୟାଣ୍ଡ୍ କରିବେ। ରେଙ୍ଗାଲିରେ ନବୀନ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ନିଜର ଅଭିଭାଷଣ ପରେ ହାଇଟେକ୍ ପ୍ରଚାର ବସ୍ ଯୋଗେ ପ୍ରଚାର କରି କରି ଯାଇ ବରେଇପାଲି ଛକରେ ପହଞ୍ଚିବେ।ହୀରାକୁଦ ପରେ ବୁର୍ଲା ଯାଇ ସେଠାରୁ ସମ୍ବଲପୁର ଟାଉନ୍କୁ ଯିବେ ବିଜେଡି ସୁପ୍ରିମୋ। ଶେଷରେ ମାଆ ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରି ସମ୍ବଲପୁର ସର୍କିଟ ହାଉସ୍ରେ ତାଙ୍କର ରାତ୍ରୀ ଯାପନ କରିବାର ବନ୍ଦୋବସ୍ତ ହୋଇଛି । ନବୀନ ତାଙ୍କ ହାଇଟେକ୍ ବସ୍ରେ ବୁଲି ସମ୍ବଲପୁରର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ।ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳୀନିକାନ୍ତ ପ୍ରଧାନଙ୍କ ସହିତ ରେଙ୍ଗାଲୀ ବିଧାନସଭା ପ୍ରାର୍ଥୀ ରୀନା ତନ୍ତି, ସମ୍ବଲପୁର ବିଧାନସଭା ପାର୍ଥୀ ଡାକ୍ତର ରାଶେଶ୍ୱରୀ ପାଣିଗ୍ରାହୀଙ୍କ ପାଇଁ ଭୋଟ୍ ମାଗିରେ ବିଜେଡି ସୁପ୍ରିମୋ। ଏହା ବ୍ୟତୀତ ସମ୍ବଲପୁରର ଛେଣ୍ଡିପଦା, ସେ ପୂର୍ବ ରାଲିଗୁଡ଼ିକ ପରି ବସ୍ରେ ବସି ପ୍ରଚାର କରି କରି ଯିବେ। ଛକ କିମ୍ବା ଲୋକ ଥିବା ସ୍ଥାନରେ ତାଙ୍କ ସିଟ୍ରୁ ଉପରକୁ ଉଠି ପ୍ରଚାର କରିବେ ନବୀନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ