ମୂର୍ତି ସ୍ଥାପନା କୁ ନେଇ ଚର୍ଚ୍ଚାରେ ମାୟାବତୀ

ବିଏସପିର ନିର୍ବାଚନୀ ଚିହ୍ନ ହାତୀ ଏବଂ ନିଜ ପ୍ରତିମୂର୍ତି ସ୍ଥାପନାକୁ ନେଇ ବିବାଦ ଘେରରେ ଥିବା ମାୟାବତୀ ପୁଣି ଥରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ଏହି ମାମଲକୁ ନେଇ ତାଙ୍କୁ ସୁପ୍ରିମକୋର୍ଟର ସାମ୍ନା କରିବାକୁ ପଡିଥିଲା । ତେବେ ସେ ସୁପ୍ରିମକୋର୍ଟରେ ମଧ୍ୟ ନିଜର ତେୱର ଦେଖାଇଛନ୍ତି । ମାୟାବତୀ କହିଛନ୍ତି କି, ଯଦି ଭଗବାନ ରାମଙ୍କ ପ୍ରତିମୂର୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମୂର୍ତି ଲାଗି ପାରିବ ତେବେ ମୋର କଣ ପାଇଁ ନୁହେଁ । ଅଯୋଧ୍ୟାରେ ପ୍ରସ୍ତାବିତ ଭଗବାନ ରାମଙ୍କର ୨୨୧ ମିଟର ପ୍ରତିମୂର୍ତି ଉପରେ କଣ ପାଇଁ କୌଣସୀ ବିରୋଧ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୁପ୍ରିମକୋର୍ଟକୁ ସ୍ପଷ୍ଟୀକରଣ କରିବା ସମୟରେ ମାୟାବତୀ କହିଛନ୍ତି, ଦେଶରେ ପ୍ରତିମୂର୍ତି ଲଗାଇବାର ପରମ୍ପରା ରହିଛି । ଭାରତରେ ସ୍ମାରକୀ ନିର୍ମାଣ କରିବା ଏବଂ ମୂର୍ତି ଲଗାଇବା କୌଣସୀ ନୂଆ କଥା ନୁହେଁ । କଂଗ୍ରେସ ଶାସନ କାଳରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଶରେ ସରକାରୀ ଖଜାନାରୁ ଜବାହାର ଲାଲ ନେହେରୂ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ନରସିମ†ା ରାଓଙ୍କ ପ୍ରତିମୂର୍ତି ଲଗାଇଥିଲେ । କିନ୍ତୁ ଏହି ମୂର୍ତି ଗୁଡିକୁ ନେଇ କୋଣସୀ ପ୍ରଶ୍ନ କରାଯାଉ ନାହିଁ । ମାୟାବତୀ ଏହି ସମୟରେ ଗୁଜୁରାଟ ସରକାରଙ୍କ ଦ୍ୱାରା ୩ହଜାର କୋଟି ଟଙ୍କାର ଲଗାଣରେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତି, ମୁମ୍ବାଇରେ ଶିବାଜୀ ମହାରାଜାଙ୍କ ମୂର୍ତି ବିଷୟରେ କହିଥିଲେ । ଏହା ସହ ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ମଧ୍ୟ ଭଗବାନ ରାମଙ୍କ ପ୍ରତିମୂର୍ତି ନିର୍ମାଣ କରିବା ପାଇଁ ଯୋଜନା ବିଷୟରେ କହିଥିଲେ ।

ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଲକ୍ଷ୍ନୌରେ ଅଟଳ ବିହାରୀ ବାଜପେୟୀ, ସଂଯୁକ୍ତ ଆନ୍ଧ୍ର ପ୍ରଦେଶରେ ୱାଇ ଏସ ରାଜଶେଖର ରେଡୀଙ୍କ ମୂର୍ତି ବ୍ୟତୀତ କର୍ଣ୍ଣାଟକର ମାଣ୍ଡ୍ୟାରେ ମା କାବେରୀଙ୍କ ପ୍ରସ୍ତାବିତ ୩୫୦ ଫୁଟ ଉଚ୍ଚ ମୂର୍ତି, ଅମରାବତୀରେ ୧୫୫ କୋଟି ଟଙ୍କାର ଏନଟି ରାମା ରାଓଙ୍କ ମୂର୍ତି ଏବଂ ଚେନାଇର ମେରିନ ବିଚରେ ୫୦ କୋଟି ଟଙ୍କାର ଜେ ଜୟଲଳିତା ମୂର୍ତି ବିଷୟରେ କହିଛନ୍ତି । ସେ ପୁଣି କହିଛନ୍ତି, ସାଧାରଣ ଜନତାଙ୍କ ପାଇଁ ସେ ଅବିବାହିତ ରହିଗଲେ । ଦଳିତଙ୍କ ଉତଥାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ