ମୂଷାବଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ବ ଆର୍ଦ୍ରଭୂମି ଦିବସ ପାଳିତ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ରବିବାର ଦିନ ପୂର୍ବାହ୍ନରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ମୂଷାବଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ, ଅଗ୍ରଣୀ ବେସରକାରୀ ଶିକ୍ଷା ଅନୁଷ୍ଠାନ’ଟେକ୍ନୋ ଓ୍ବାର୍ଲ୍ଡ’ ଏବଂ ମୂଷାବଣି ଉଚ୍ଚ ପ୍ରାଥମିକ ମିଳିତ ଉଦ୍ୟମରେ ବିଶ୍ଵ ଆର୍ଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ବନଖଣ୍ଡ ଅଧିକାରୀ ଡ଼ଃ ଅରୁଣ ମିଶ୍ର, ସମ୍ମାନିତ ଅତିଥି ଟେକ୍ନୋ ଓ୍ବାରଲ୍ଡ’ ଅଧ୍ୟକ୍ଷ ତଥା ଶିକ୍ଷା ବିତ୍ ଉମାକାନ୍ତ ମହାନ୍ତ, ପରିବେଶବିତ୍ ତଥା ପରିବେଶ ଲେଖକ ପ୍ରଦୀପ୍ତ କବି,ଆଡଭୋକେଟ ଅକ୍ଷୟ ମହାନ୍ତି, କଥାକାର ଲଳିତ ମହାନ୍ତ,ବିଷୟ ବିଶେଷଜ୍ଞ ତ୍ରିଲୋଚନ ରାୟ , ଶିକ୍ଷା ସଂଗଠକ ଭବାନୀ ମହାନ୍ତି,ଏସିଏଫ ନବିନ ବାବୁ, ପ୍ରଧାନ ଶିକ୍ଷକ ହରିଶ୍ଚନ୍ଦ୍ର ହୋତା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆର୍ଦ୍ରଭୂମି ଉପରେ ତଥ୍ୟ ଭିତ୍ତିକ ଅବଗତ କରାଇଥିଲେ । ଜାତୀୟ ରାଜପଥ ୨୨୦ ନମ୍ବର ପାର୍ଶ୍ଵରେ ଭାଲୁ ବସା ନିକଟରେ ଥିବା ବିଶାଳ ଜଳାଶୟ’ ରାଣୀ ବନ୍ଧ’ କୁ ଦେଖାଇଥିଲେ ।ସେଠାରେ ଆର୍ଦ୍ରଭୂମି ଉପରେ ସବିଶେଷ ପ୍ରାଞ୍ଜଳ ଭାବରେ ଦେଖାଇଥିଲେ ।ଆଦ୍ରଭୂମି ଯୋଗୁଁ ଜୀବଜନ୍ତୁ ରକ୍ଷା ପାଆନ୍ତି, ଶୀତଦିନେ ଖାଦ୍ୟ ଅନ୍ୱେଷଣରେ ବିଦେଶରୁ ନଭେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପକ୍ଷୀ ଆସନ୍ତି । ଆଦ୍ରଭୂମି ଯୋଗୁଁ ଜଳର ପାଣି ଲେଭେଲ ଆସେ ନାହିଁ । ପାଣି ଲେଭେଲ ସନ୍ତୁଳିତ କରିଥାଏ । ଆଦ୍ରଭୂମି ଯୋଗୁଁ ପରିବେଶ ସୁନ୍ଦର ଥାଏ ଏବଂ ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ପାଇଥାଏ ।ଆମ ଦେଶର ଚିଲିକା,ଡାଲ ଲେକ୍ ଏବଂ ବହୁ ପର୍ଯ୍ୟଟନ ସ୍ଥାନ ଲେକ୍ ପାଇଁ ବିଖ୍ୟାତ ।ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି ।ଲୋକଙ୍କର ରୋଜଗାର ବଢ଼ିଥାଏ ।ପରେ ଆଦ୍ରଭୂମି ଉପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ପରେ ବିଦ୍ୟାଳୟ ପରିସରରେ ବନଖଣ୍ଡ ଅଧିକାରୀ ଅରୁଣ ମିଶ୍ର ଛାତ୍ରଛାତ୍ରୀଙ୍କୁ ଆଦ୍ରଭୂମି ଉପରେ ପ୍ରୋଜେକ୍ଟର ଦେଖାଇ ବହୁ ଅମୁଲ୍ୟ ତଥ୍ୟ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ କୁଇଜ୍ ହୋଇଥିଲା । ଅତିଥି ଗଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ ଯୋଗ ଦେଇଥିଲେ । ପ୍ରଥମକରି ଏକ ଗ୍ରାମାଞ୍ଚଳରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଏଭଳି ବିଜ୍ଞାନ ଏବଂ ପରିବେଶ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ