ମୂଷା ନେଲା କରୋନା ଟିକା, ସଫଳତା ପାଇଲେ ଗବେଷକ

ୱାଶିଂଟନ: ଆମେରିକାର ପେନସିଲଭାନିଆ ସ୍ଥିତ ପିଟର୍ସବର୍ଗ ୟୁନିଭର୍ସିଟିର ଗବେଷକମାନେ କରୋନା ଭାଇରସକୁ ନିପାତ କରିବା ପାଇଁ ଏକ ଟିକା ପ୍ରସ୍ତୁତ କରିଛନ୍ତି । ଅଙ୍ଗୁଳିର ଟିପ ଆକାରର ଏକ ପ୍ୟାଚ ମାଧ୍ୟମରେ ରୋଗୀକୁ ଏହି ଟିକା ଦିଆଯିବ । ଏହି ଟିକା ନେବାର ଦୁଇ ସପ୍ତାହ ଭିତରେ ରୋଗୀ ଦେହରେ କରୋନା ମୁକାବିଲା ପାଇଁ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇଯିବ । ମୂଷା ଉପରେ ଏହି ଟିକାର ପ୍ରୟୋଗ କରାଯାଇ ସଫଳତା ମିଳିଛି । ତେଣୁ ମଣିଷ ଉପରେ ଏବେ ଏହାର ପ୍ରୟୋଗ କରାଯିବ । ଏଥିପାଇଁ ଆଉ କିଛି ମାସ ସମୟ ଲାଗିବ ବୋଲି ଏହି ଗବେଷକମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ