ମୂଷା ମରା ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଖଲିଗୁଡା ଗ୍ରାମ ର ଜଣେ ମହିଳା ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ ରଶ୍ମି ବେନିଆ (୩୦) । ଏ ନେଇ ମୃତ ମହିଳା ଙ୍କ ସ୍ଵାମୀ ପ୍ରକାଶ ଚନ୍ଦ୍ର ଵେନିଆ ଆଜି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାଇ ଖଲିଗୁଡା ଗ୍ରାମ ର ପ୍ରକାଶ ଚନ୍ଦ୍ର ବେନିଆ ରବିବାର ରାତିରେ ଖାଇ ସାରିବା ପରେ ଗ୍ରାମ ନିକଟ ଚର୍ଚ୍ଚ ରେ ଚାଲିଥିବା ମେଲୋଡି କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ। ମେଲୋଡି ଦେଖି ବିଳମ୍ବିତ ରାତ୍ର ୩ ଘଣ୍ଟ ସମୟରେ ସେ ଘରକୁ ଫେରିଥିଲେ। ତେବେ ସେହି ସମୟରେ କୌଣସି କାରଣରୁ ଉଭୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା। ଆଜି ସକାଳ ୬ ଘଣ୍ଟ ସମୟରେ ସ୍ତ୍ରୀ ରଶ୍ମି ବାନ୍ତି କରିବାରୁ ସ୍ଵାମୀ ଏ ସମ୍ପର୍କରେ ସ୍ତ୍ରୀ କୁ ପଚାରି ଥିଲେ। ସ୍ତ୍ରୀ ରଶ୍ମି ମୂଷା ମରା ଔଷଧ ଖାଇଛି ବୋଲି କହିବା ପରେ ପ୍ରକାଶ ତୁରନ୍ତ ସ୍ତ୍ରୀ କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ରଶ୍ମି ଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଆଜି ପ୍ରକାଶ ବେନିଆ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ କେସ ନ ୦୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଶବ ଜବତ କରିଥିଲେ। ଅପରାହ୍ନରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଡାବୁଗାଁ ଥାନା ଏସ ଆଇ ଚନ୍ଦନ ସାହୁ ଘଟଣାର ତଦନ୍ତ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ