ମୃତକଙ୍କୁ ନିଜଘରେ ଦିଆଯାଏ କବର

ଉତ୍ତର ପ୍ରଦେଶ ଆଗ୍ରାର ଅଛନେରା ବ୍ଲକ ଛହ ପୋଖରା ଗାଁର ମୁସଲମାନ ପରିବାରର ସଦସ୍ୟମାନେ ସେମାନଙ୍କ ପରିଜନଙ୍କ ମୃତ ଶରୀରକୁ ନିଜ ଘରେ ହିଁ କବର ଦେଉଥିବା ପ୍ରକାଶ କରିଛନ୍ତି । ଗାଁରେ ଏମାନଙ୍କ ପାଇଁ କୌଣସି କବରସ୍ଥାନ ନ ଥିବାରୁ ଏମାନେ ମୃତ ଶରୀରକୁ ଘର ମଧ୍ୟରେ କବର ଦେଉଥିବା କୁହନ୍ତି । ଗାଁର ଶେଷ ମୁଣ୍ଡରେ ହିନ୍ଦୁମାନଙ୍କ ପାଇଁ ଶ୍ମଶାନ ଥିବାବେଳେ ମୁସଲମାନଙ୍କ ପାଇଁ କୌଣସି କବରସ୍ଥାନ ନାହିଁ । ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳି ନ ଥିବା କୁହନ୍ତି ସ୍ଥାନୀୟ ଲୋକେ । ତେବେ ସ୍ଥାନାଭାବ ଯୋଗୁ ଘର ଭିତରେ ବି ଏବେ କବର ଦେବା କଷ୍ଟକର ବ୍ୟାପାର ହୋଇ ପଡିଲାଣି । ରିଙ୍କି ବେଗମ ନାମ ଜଣେ ମହିଳା କୁହନ୍ତି ସ୍ଥାନାଭାବ ଯୋଗୁ ତାଙ୍କ ବାଡ଼ିପଟେ ୫ ଜଣଙ୍କୁ କବର ଦିଆସରିଲାଣି । ଏମିତିକି ଏମାନେ ନିତିଦିନ କବର ଉପରେ ଚଢି କାରବାର ହେଉଛନ୍ତି । ଯାହାକୁ ପୂର୍ବ ପୂରୁଷଙ୍କୁ ଅବମାନନା ବୋଲି ସେମାନେ କୁହନ୍ତି । ପ୍ରଶାସନ ଏମାନଙ୍କୁ ଯେଉଁ ଜାଗା ଖଣ୍ଡିକ ଦେଇଛି ତାହା ଏକ ପୋଖରି ମଝିରେ ହୋଇଥିବାରୁ ସେଠାରେ ବି କବର ଦେବା ଅସମ୍ଭବ । ଏନେଇ ଉକ୍ତ ମୁସଲମାନ ପରିବାରଗୁଡ଼ିକ ଚିନ୍ତିତ ହୋଇପଡି଼ଛନ୍ତି । ଏଠାରେ ଥିବା ଅଧିକାଂଶ ମୁସଲମାନ ପରିବାର ଗରିବ ଓ ଭୂମିହୀନ ହୋଇଥିବାରୁ ଏମାନଙ୍କର ଏପରି ଅସୁବିଧାର ସାମ୍ନା କରିବାକୁ ପଡୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ