ମୃତକଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ଆର୍ଥିକ ସହାୟତା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା)ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତ ବାଙ୍କମୁହାଁ ଗ୍ରାମ ନିକଟରେ ଜଣେ ଆଦିବାସୀ ଯୁବକ ଗତ ଦୁଇଦିନ ପୂର୍ବେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ । ସ୍ଥାନୀୟ ଆଦିବାସୀ ସାହିର ଯୁବକ ଲକ୍ଷ୍ମୀଧର ପୂର୍ତ୍ତୀ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଆସିଥିବାବେଳେ ନିକଟ ନାଳ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିଲେ । ଆଜି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନିର୍ଦ୍ଦେଶକ୍ରମେ ପ୍ରତିନିଧି ପ୍ରୟାସକାନ୍ତି ସାମଲଙ୍କ ତତ୍ୱାବଧାନରେ ମୃତକଙ୍କ ପରିବାରକୁ ଅନ୍ତେଷ୍ଟିକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଆକାଶ ନାୟକ, ସମାଜସେବୀ ମନୁ ରାୟ ଆଦିବାସୀ ସାହି ଠାରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଶୁଦ୍ଧିକ୍ରିୟା ପାଇଁ ଚାଉଳ ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।


