ମୃତକଙ୍କ ପରିବାରକୁ ଭେଟିଲେ ବିଜେପି ନେତା
ବନ୍ତ, (ଚାନ୍ଦିନୀ ମହାନ୍ତି):ଗତ ଶୁକ୍ରବାର ରାତିରେ ବନ୍ତ ଜଳସେଚନ ଅଫିସ ସମ୍ମୁଖରେ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବନ୍ତ ବଜାରର ଫଳ ବ୍ୟବସାୟୀ ତଥା ଟିଲୋ ବଡସାହି ଗ୍ରାମର ଦେବାଶିଷ ସାହୁଙ୍କ ପରିବାରକୁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ନିର୍ବାଚନ ମଣ୍ଡଳୀ ନେତା ବଦ୍ରୀ ନାରାୟଣ ଧଳ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ ଭେଟି ସମବେଦନା ଜଣାଇଥିଲେ । ପ୍ରଶାସନିକ ଅବହେଳାରୁ ବନ୍ତ ବଜାରରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ । ମୃତକ ପରିବାରକୁ ଥଇଥାନ କରିବା ନିମନ୍ତେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ । ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ଜିତେନ କିଶୋର ନାଥ, ମନୋଜ ଜେନା, ବିକାଶ ଦାସଙ୍କ ସହ ପଞ୍ଚାୟତର ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ ।


