ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ ଶ୍ରୀକାନ୍ତ ସାହୁ

ବୁଗୁଡା, (ଅନିଲ କୁମାର ମହାରଣା):ଦିନ ମଜୁରିଆ ଭାବେ ଜମ୍ମୁରେ କାର୍ଯ୍ୟ କରୁଥିବା ବୁଗୁଡା ବ୍ଳକ କରଚୁଲି ଗ୍ରାମ ଗୁଡିସାହି ର କୈଳାଶ ଚନ୍ଦ୍ର ଗୌଡଙ୍କୁ ଅନୁଗୁଳ ରେଲୱେ ଷ୍ଟେସନ ଠାରେ କିଛି ଦୁବୃତ୍ତ ଜୁନ ୨୮ ତାରିଖ ଦିନ ଟ୍ରେନଭିତରେ ଝଗଡା କରିବା ସହିତ ଟଙ୍କା ପଇସା ଛଡାଇ ନେଇ ନିସ୍ତୁକ ମାଡମାରି କୈଳାଶଙ୍କ ଦୁଇ ଗୋଡ ହାତକୁ ବାନ୍ଧିକରି ଟ୍ରେନ ଲାଇନକୁ ଫୋପାଡି ଦେଇଥିଲେ। ଯାହାଫଳରେ କୈଳାଶଙ୍କ ଦୁଇ ଗୋଡ ଟ୍ରେନରେ କଟି ଯାଇଥିଲା। ଦିର୍ଘ ୧୬ ଦିନ ଚିକିତ୍ସା ହୋବାପରେ ତାଙ୍କର ଜୁଲାଇ ୧୩ ତାରିଖ ସକାଳ ସମୟରେ କଟକ ମେଡିକାଲରେ ମୃତ୍ୟୁ ହୋଇଥିଲା।ଖବର ଶୁଣିବା ପରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଜୁଲାଇ ୧୪ ତାରିଖ ଦିନ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ସେହିପରି ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବି.ବ୍ରହ୍ମପୁର ଗ୍ରାମର ଗୋଟିଏ ପରିବାରର ଦୁଇ ଜଣ, ମାଆ ପଦ୍ମା ସ୍ବାଇଁ ଓ ପୁଅ ସନ୍ତୋଷ ସ୍ବାଇଁ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ଧର୍ମପତ୍ନୀ ଗୋଲାପ ସାହୁ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ବୁଗୁଡା ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ଜିଲ୍ଲା ପରିଷଦ ସଦସ୍ୟାଙ୍କ ଜିତେନ୍ଦ୍ର କୁମାର ନାୟକଙ୍କ ସମେତ ବିଜେଡି କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ