ମୃତକଙ୍କ ପରିବାରକୁ ସହଯୋଗ କଲେ ମନ୍ତ୍ରୀ ଓ ସ୍ଥାନୀୟ ସରପଞ୍ଚ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ନୂଆ ପାଣିକେଶ୍ବର ଗ୍ରାମର ବନବାସୀ ନାୟକ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ l ଖବର ପାଇ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ ମୃତକଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥି ସହିତ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମଧ୍ୟ ଏହି ବିଷୟ ଅବଗତ କରାଇଥିଲେ। ସୁରାଟ ଗସ୍ତରେ ଥିବା ଶ୍ରମ ମନ୍ତ୍ରୀ ଶ୍ରୀ ସାହୁଙ୍କ ନିର୍ଦ୍ଧେଶ କ୍ରମେ ପ୍ରତିନିଧି ଭାବେ ନରେନ୍ଦ୍ର ଦେବତା ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତପରିବାରକୁ ଭେଟି ମନ୍ତ୍ରୀଙ୍କ ପକ୍ଷରୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ଭାଗବାନପୁର ସରପଞ୍ଚ ଶ୍ରୀ ପ୍ରଧାନ, ସମିତି ସଭ୍ୟ ଅଲେଖ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ପ୍ରମୁଖଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ