ମୃତକଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କଲେ ଜିଲ୍ଲା ଶିକ୍ଷାଧିକାରୀ
ସାନଖେମୁଣ୍ଡି, ପଦ୍ମଲୋଚନ ପାଣିଗ୍ରାହୀ):ଗତକାଲି ପାଟପୁର ଥାନା ଘୋଡାହଡ ନଦୀ ବୁଡି ପ୍ରାଣ ହରାଇଥିବା ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଚପରାସି ସ୍ବର୍ଗତ ଉମାକାନ୍ତ ସାହୁଙ୍କ ଶୋକସନ୍ତପ୍ତ ପରିବାରକୁ ବୁଧବାର ସକାଳେ ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି । ଖବର ପ୍ରକାରେ ମଙ୍ଗଳବାର ସକାଳୁ ନିକଟସ୍ଥ ଘୋଡାହଡ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ନଦୀ ରେବୁଡି ଯାଇଥିଲେ । ଖବରପାଇ ସାନଖେମୁଣ୍ଡି ଦମକଳ ବାହିନୀ କର୍ମଚାରୀ ପହଞ୍ଚି ଉମାକାନ୍ତଙ୍କୁ ଗଭୀର ପାଣିରୁ ଉଦ୍ଧାର କରି ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମଧ୍ୟ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଆଜି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସେନାପତି ସମେତ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ସାହୁ , ଭାରପ୍ରାପ୍ତ ବ୍ଳକ ଶିକ୍ଷାଧିକାରୀ କୋରେଶୁ ସେଠୀ , ଫିଜିକାଲ ଇନ୍ସପେକ୍ଟର ଭାଗିରଥି ସ୍ବାଇଁ , ଏବିଇଓ ରାମଚନ୍ଦ୍ର ପଣ୍ଡା , ଶୁକଦେବ ମଲିକ ସଙ୍କର୍ଷଣ ସେଠୀ ପ୍ରମୁଖ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ୧୦ ହଜାର ଓ ଜିଲ୍ଲା କାର୍ଯ୍ୟାଳୟ ତରଫରୁ ଶବ ସତ୍କାର ନିମନ୍ତେ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ସରକାରି ସ୍ତରରେ ଯାହାକିଛି ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।