ମୃତଦେହକୁ ମିଠା ଖୁଆଇବା ପରମ୍ପରା
ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଦେଇଥାଏ । କେତେକ ପଛରେ ବିଶେଷ କାରଣ ରହିଥିବାବେଳେ ଆଉ କେତେକ ପଛରେ ସେଭଳି କାରଣ ନ ଥାଏ । ତଥାପି ହଜାର ହଜାର ବର୍ଷ ହେବ ଏହି ପରମ୍ପରାକୁ ଲୋକେ ମାନିଆସିଛନ୍ତି । ସେମିତି ଏକ ପରମ୍ପରା ହେଉଛି ଶବ ବା ମୃତଦେହକୁ ଖୁଆଇବା ପରମ୍ପରା । ରାମ୍ ସମ୍ପ୍ରଦାୟରେ ଏଭଳି ଭିନ୍ନ ପରମ୍ପରା ରହିଛି । ଏଠାରେ ମଲା ପରେ ମୃତଦେହକୁ କବରକୁ ନେବା ପୂର୍ବରୁ ବିଭିନ୍ନ ପ୍ରକାରର ଖାଦ୍ୟ ଖୁଆଯାଇଥାଏ । ମିଠା ଖୁଆଇବା ସହ ମଦ ମଧ୍ୟ ପିଆଇ ଦିଆଯାଇଥାଏ ।


