ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ
( ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ଶ୍ରମ କାର୍ଯ୍ୟାଳୟ ର ମିଳିତ ଆନୁକୁଲ୍ୟ ରେ ଶୁକ୍ରବାର ଦୁଇଜଣ ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ଶ୍ରମିକ ଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା , ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡୀ ଓ ଛତ୍ରପୁର ଶ୍ରମ ଅଧିକାରୀ ଶିବନାରାୟଣ ସାହୁ ପ୍ରମୁଖ ଯୋଗଦେଇ ସହାୟତା ରାଶି ପ୍ରଦାନ କରିଛନ୍ତି । ଦୁଇଜଣ ଶ୍ରମିକ ନିର୍ମାଣ ଶ୍ରମିକ ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଗଲା ବୋଲି ଛତ୍ରପୁର ଶ୍ରମ ଅଧିକାରୀ ଶ୍ରୀ ସୂଚନା ଦେଇଛନ୍ତି ।