ମୃତ୍ୟୁବରଣ କରିଥିବା ପରିବାରକୁ ସହାୟତା ଓ ସମବେଦନା ଜଣାଇଲେ ବିଧାୟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ନିର୍ବାଚନ ମଣ୍ଡଳୀର ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମର ବସନ୍ତ ସାହୁ (୩୫) ଅକ୍ଟୋବର ୨୫ ତାରିଖରେ ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକଠାରେ ଠିଆହୋଇ ଥିବା ବେଳେ ଟ୍ରାକ୍ଟର ଧକ୍କାରେ ମୃତ୍ୟୁବରଣ କରିଥିଲେ। ଆଜି ଚିରିକିପଡା ଶାସନ ଗୌଡ ସାହି ସ୍ଥିତ ମୃତକଙ୍କ ବାସଭବନକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ୧୦ ହଜାର ଟଙ୍କାର ସହାୟତା ଦେବା ସହ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ବିଧାୟକ ଶ୍ରୀ ସାହୁଙ୍କ ସହ ସରପଞ୍ଚ ପ୍ରତିନିଧି ଚନ୍ଦ୍ରଭାନୁ ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ମନୋଜ ସାହୁ, ଜିଲ୍ଲାପରିଷଦ ସଦସ୍ଯାଙ୍କ ପ୍ରତିନିଧି ଅଶୋକ ବିଷୋୟୀ, ସୂର୍ଯ୍ଯନାରାୟଣ ପାଢ଼ୀ,ବୃନ୍ଦାବନ ପ୍ରଧାନ, ଭଗବାନ ସାହୁ, ନାରାୟଣ ପ୍ରଧାନ, ଜୟରାମ ପ୍ରଧାନଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ସେହିପରି ବୁଗୁଡା ବ୍ଳକ ପାଙ୍ଗିଡି ପଞ୍ଚାୟତ ଅନ୍ତର୍ଗତ ପଙ୍କଳବାଡ଼ି ଗ୍ରାମର ସନ୍ତୋଷ କୁମାର ଗୌଡ଼(୫୦) ଅକ୍ଟୋବର ୨୫ ତାରିଖ ଦିନ ଆକସ୍ମିକ ମୃତ୍ୟୁ ବରଣ କରଥିଲେ।ବିଧାୟକ ଶ୍ରୀସାହୁ ଆଜି ମୃତକଙ୍କ ବାସଭବନ କୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବିଧାୟକଙ୍କ ସହ ସରପଞ୍ଚ ସୁଶାନ୍ତ କୁମାର ଆପଟ, ସମିତିସଭ୍ଯ କୃଷ୍ଣ ରା, ସମାଜସେବୀ ବାବାଜୀ ବେହେରା, ମହେଶ୍ବର ସ୍ବାଇଁ, ରାମଚନ୍ଦ୍ର ସ୍ବାଇଁ, ମିଟୁ ବିଷୋୟୀ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ସେହିପରି ଭାବେ ଅକ୍ଟୋବର ୨୫ ତାରିଖ ଦିନ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଣୀପଡାର ବ୍ରଜସେନ ବରଡ ରୋଗରେ ଆକ୍ରାନ୍ତ ହୋଇ ନିଜଘରେ ଚିକିତ୍ସାଧୀନ ଅବସ୍ଥାରେ ରହି ଥିବା ଖବର ଜାଣିବା ପରେ ବିଧାୟକ ଶ୍ରୀସାହୁ ତାଙ୍କ ବାସଭବନକୁ ଯାଇ ପରିବାରକୁ ଭେଟି ଆଶୁ ଆରୋଗ୍ୟ କାମନା କରିବା ସହ ବ୍ୟକ୍ତିଗତ ଭାବେ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ ଓ ସରକାରୀ ସ୍ତରରେ ଚିକିତ୍ସା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ବିଧାୟକଙ୍କ ସହ ସାଂସଦ ପ୍ରତିନିଧି ମୋଚିରାମ ସାହୁ, ନଗର ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା, ନଗର ସଭାପତି ରଞ୍ଜିତ ସାହୁ, ରଞ୍ଜନ ପାଣିଗ୍ରାହୀ, ରତ୍ନାକର ସାହୁ, ପଞ୍ଚାନନ ଦାସ, ଗୋପାଳ ସାହୁ, ବାବୁଲୀ ପଟନାୟକ, କୃଷ୍ଣ ମଲ୍ଲିକଙ୍କ ସମେତ ସାହିବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ