ମୃତ୍ୟୁର ୧୦ଦିନ ପରେ ମୋବାଇଲ ଖୋଲିଲା ଜବାନ୍‌ଙ୍କ ଆତ୍ମହତ୍ୟାର କାରଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସି ୧୨ ନମ୍ବର ୱାର୍ଡ ବାସିନ୍ଦା ତଥା ଆର୍ମିରେ ଜବାନ୍ ରୂପେ କାର୍ଯ୍ୟରତ ୱାଇ.ବାସୁଦେବ (୩୯) ଗତ ଅଗଷ୍ଟ ୨୬ ତାରିଖରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ଥାନାରେ ଏ ସମ୍ପର୍କରେ ସୂଚନା ଦିଆଯିବା ପରେ ଘଟଣାକୁ କେନ୍ଦ୍ର କରି ଏକ ୟୁଡି କେସ୍ କରାଯାଇଥିଲା । ତେବେ ସେତେବେଳେ ଆତ୍ମହତ୍ୟାର ନିର୍ଦ୍ଧିଷ୍ଟ କାରଣ ଜଣା ପଡି ନଥିଲା ବର୍ତ୍ତମାନ ଏହି ମୃତ୍ୟୁର କାରଣ ଓ ରହସ୍ୟ ଉନ୍ମୋଚନ ହେବାକୁ ଯାଉଛି । ଏହା ମୃତ୍ୟୁର କାରଣକୁ ପର୍ଦ୍ଦାଫାଶ କରିଛି ଜବାନାଙ୍କ ମୋବାଇଲ । ମୃତ ଜବାନଙ୍କ ପରିବାର ଲୋକେ ଏକ ଫଟୋ ପାଇବା ପାଇଁ ତାଙ୍କର ବ୍ୟାଗ୍ ଖୋଲିବା ବେଳେ ସେଥିରୁ ଏକ ମୋବାଇଲ୍ ଓ ଡାଏରୀ ପାଇଥିଲେ । ମୋବାଇଲ୍ ଖୋଲିବା ବେଳେ ସେଥିରେ ଯବାନ ବିଷ ପିଇବା ପୂର୍ବରୁ ତାର କାରଣ ବକ୍ତବ୍ୟ ରେକର୍ଡ କରିଥିବା ଜଣାପଡିଥିଲା । ମେସେଜ ଜରିଆରେ ନିଜ ପତ୍ମୀଙ୍କ ସହ ସିକନ୍ଦରାବାଦରୁ ସେ କରିଥିବା କଥାବାର୍ତ୍ତାର ସୂଚନା ବି ମିଳିଥିଲା ସେଥିରୁ । ଜବାନଙ୍କ ମାଆ ୱାଇ.ପଦ୍ମାବତୀ ପାଇଥିବା ଉକ୍ତ ପ୍ରମାଣ ଆଧାରରେ ଥାନାରେ ପୁଣି ଏକ ଏଫଆଇଆର୍ ଦେଇଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ପୁଅ ରାଜସ୍ଥାନରେ କାମ କରୁଥିବା ବେଳେ ତାଙ୍କ ବୋହୁ ପି.ଗାୟତ୍ରୀଙ୍କ ଅଭିଯୋଗ ଆଧାରରେ ସୁବେଦାର ମେଜର୍ (ଏସ୍‌ଏମ୍‌) ପି.ସି. ନାଇଡୁ ତାଙ୍କ ପୁଅକୁ ନିର୍ଯ୍ୟାତନା ଦେଉଥିଲେ । ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ପ୍ରଭୃତିଙ୍କୁ ଜଣାଇବା ପରେ ତାଙ୍କ ପୁଅକୁ ସିକନ୍ଦରାବାଦ ବଦଳି କରାଯାଇଥିଲା । ତେବେ ସିକନ୍ଦାରାବାଦର ହାବିଲଦାର ମେଜର୍ (ଏସ୍‌ବିଏମ୍‌) ବଲବନ୍ତ ସିହଂ ବି ତାଙ୍କ ପୁଅକୁ ପ୍ରବଳ ନିର୍ଯ୍ୟାତନା ଦେଉଥିଲେ । ପୁଅ ଉକ୍ତ ହାବିଲଦାର ମେଜର୍ ହିଁ ତା ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ତା ବିଷ ପିବା ପୂର୍ବର ଜମାନବନ୍ଦୀରେ କହିଛି । ମେସେଜ୍ ଜରିଆରେ ସେ ତାଙ୍କ ପତ୍ନୀ ସହିତ କରିଥିବା କଥାବାର୍ତ୍ତାରୁ ସ୍ପଷ୍ଟ ହୋଇଛି ଯେ, ଉଭୟଙ୍କ ମଧ୍ୟରେ ଆଦୈ ଭଲ ସମ୍ପର୍କ ନଥିଲା । ତାଙ୍କ ବହୁର ପରିବାର ଲୋକେ ପୁଅ ନାଆଁରେ ରାଜମହେନ୍ଦ୍ରି କୋର୍ଟରେ ଏକ ମିଛ କେସ୍ ବି କରିଛନ୍ତି । ଉକ୍ତ କେସ୍ ମଧ୍ୟ ତାଙ୍କ ପୁଅର ମାନସିକ ସନ୍ତୁଳନ ହରାଇବାର ଅନ୍ୟ ଏକ କାରଣ । ୱାଇ. ପଦ୍ମାବତୀ ବି ଜଣାଇଛନ୍ତି ଯେ, ସେ ପାଇଥିବା ପ୍ରମାଣ ଆଧାରରେ ଥାନାରେ ପୁଣି ଏକ ଏଫ୍‌.ଆଇ.ଆର୍‌. ଦେଇ ନ୍ୟାୟ ପ୍ରାର୍ଥନା କରିଛନ୍ତି । ଦୋଷୀମାନେ ଦଣ୍ଡ ପାଲେ ତାଙ୍କ ପୁଅର ଆତ୍ମାକୁ ଶାନ୍ତି ମିଳିବ । କାଶୀନଗର ଥାନାରେ ଦିଆଯାଇଥିବା ଏଫଆଇଆର ସମ୍ପର୍କରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି ଯେ, ପ୍ରମାଣ ମିଳିଥିବା ଆଧାରରେ ତଦନ୍ତ ଆରମ୍ଭ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ