ମୃତ୍ୟୁର ୪ ଦିନ ପରେ ଉଠାଇଲେ ଭତ୍ତା ଟଙ୍କା

ବରଗଡ଼ : ଜଣେ ମୃତ ମହିଳାଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଉଠୁଥିବା ଘଟଣା ବରଗଡ଼ ଜିଲ୍ଲାରେ ସାମ୍ନାକୁ ଆସିଛି । ସୋହେଲା ବ୍ଲକ ବାଉଁସେନମୁରା, ଡୁମ୍ବେରପାଲି, କନାପାଲି, ପାଣିମୋରା, ତବଡ଼ା, ଟୁଙ୍ଗିବନ୍ଧଲି, କୁଚିପାଲି, ଗର୍ଭଣା, ଶ୍ରୀଗିଡ଼ା ଏବଂ ସନିମାଲ ଗାଁର ୪୫ଜଣ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୧୨/୧୨/୨୦୧୬ରେ ମଂଜୁର ହୋଇଥିଲା । ଏହାପରେ ୨୦୧୬ ମସିହା ଡିସେମ୍ବର ୧୭ ତାରିଖ ସନିମାଲ ପଞ୍ଚାୟତ ବାଟତୋର୍ମା ଗାଁର ମଦନା ବରିହାଙ୍କ ମୃତ୍ୟୁ ଘଟିଥିଲା । ତେବେ ଅଗଷ୍ଟ ୨୦୧୬ରୁ ଡିସେମ୍ବର ୨୦୧୬ ଯାଏ ଭତ୍ତା ଟଙ୍କା ୨୦୧୬ ମସିହା ଡିସେମ୍ବର ୨୧ ତାରିଖରେ ପୈଠ ହୋଇଛି । ଅର୍ଥାତ ମଦନାଙ୍କ ମୃତ୍ୟୁର ୪ ଦିନ ପରେ ଟଙ୍କା ଉଠିଛି । ତେବେ କେଉଁ ଆଧାରରେ ଏହି ଟଙ୍କା ଉଠିଛି ଏବଂ କିଏ ଏଥିରେ ସଂପୃକ୍ତ, ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ