ମୃତ୍ୟୁ ପରେ କାହିଁକି ବେଳେବେଳେ ଫେରିଆସେ ଜୀବନ
ମୃତ୍ୟୁ ପରେ ଶରୀରରେ କେତେକ ଜୈବିକ ପରିବର୍ତ୍ତନ ଘଟିଥାଏ । ମୃତ୍ୟୁ ପରେ ହୃଦୟର ସ୍ପନ୍ଦନ ବନ୍ଦ ହେବା ଯୋଗୁ ରକ୍ତ ସଞ୍ଚାଳନ ସମ୍ଭବ ହୋଇ ନ ଥାଏ । ଫଳରେ ଶରୀରର ସମସ୍ତ କୋଷିକା ଅମ୍ଲଜାନ ଅଭାବରୁ ମରିଯାଇଥାନ୍ତି । ମାତ୍ର ନ୍ୟୁରନ୍ କୋଷିକା ମୃତ୍ୟୁର ପ୍ରାୟ ୫ ମିନିଟ୍ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ । ଫଳରେ ମସ୍ତିଷ୍କର କାର୍ଯ୍ୟକାରିତା କିଛି ପରିମାଣରେ ଜାରି ରହିଥାଏ । ଏହି ସମୟରେ ଯଦି କୌଣସି କାରଣରୁ ହୃଦୟ ଏହାର କାମ ଆରମ୍ଭ କରେ ତେବେ ଶରୀରର ଜୀବନ ଶକ୍ତି ପୁଣି ଫେରି ଆସିଥାଏ । ତେଣୁ ମୃତ୍ୟୁ ପରେ ବେଳେବେଳେ ଜୀବନ ଫେରିଆସେ । ଏନେଇ ରୁଷିଆର କ୍ରେମଲିନ୍ ବିଶ୍ୱବିଦ୍ୟାଳୟର କେତେକ ଗବେଷକ ମୃତ ବ୍ୟକ୍ତିଙ୍କ ମସ୍ତିଷ୍କ ଉପରେ ଗଭୀର ଅଧ୍ୟୟନ କରିଥିଲେ । ଜଣାପଡ଼ିଥିଲା ରକ୍ତ ସଞ୍ଚାଳନ ଅଭାବରୁ ଶରୀର ନିସ୍ତେଜ ହେଲେ ମଧ୍ୟ ମସ୍ତିଷ୍କ କୋଷିକା ଏକ ହାଲୋସିନେସନ ସ୍ଥିତିରେ ରହିଥାନ୍ତି । ଫଳରେ ଅନେକ ଅଜଣା ଅନୁଭୂତି ଲାଭ ହୋଇଥାଏ ।