ମୃତ୍ୟୁ ପରେ ଚକ୍ଷୁ ଦାନ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌ ) :ବ୍ରହ୍ମପୁର ଫ୍ରେଣ୍ଡସ୍ ହେଲ୍ପି କ୍ଲବ ସହାୟତାରେ ମୃତ୍ୟୁ ପରେ ଚକ୍ଷୁଦାନ କରାଯାଇଛି । ବ୍ରହ୍ମପୁର ଚନ୍ଦ୍ରଶେଖର ମନ୍ଦିର ସାହି ନିବାସୀ ତାଙ୍ଗୁଡୁ ଇଶ୍ୱର ପ୍ରସାଦଙ୍କ (୬୨) ମୃତ୍ୟୁ ପରେ ପରିବାରର ସହାୟତାରେ ଚକ୍ଷୁଦାନ କରାଯାଇଛି । ସ୍ୱାସ୍ଥ୍ୟ ଖରାପ ଯୋଗୁଁ ବ୍ରହ୍ମପୁର ବଡ ମେଡିକାଲରେ ତାଙ୍କୁ ଭର୍ତ୍ତିକରାଯାଇଥିବା ବେଳେ ଶନିବାର ବଡି ଭୋରରୁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମରଶରୀରକୁ ଚନ୍ଦ୍ରଶେଖର ମନ୍ଦିର ସାହିସ୍ଥି୍‌ତ ବାସ ଭବନକୁ ଅଣାଯିବା ପରେ ସକାଳ ପ୍ରାୟ ୮ ଘଣ୍ଟ ସମୟରେ ବ୍ରହ୍ମପୁର ବଡ ମେଡିକାଲର ଚକ୍ଷୁ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଚିତ୍ରା ମିଶ୍ର,ଙ୍କ ନେତୃତ୍ୱରେ ଡକ୍ଟର ସମୀର ଦାସ ଓ ଡକ୍ଟର. ଜି. ନୈନାଙ୍କ ଦ୍ୱାରା ମୃତକଙ୍କ ଆଖିରୁ ଆଇବଲ ବାହାର କରାଯାଇଥିଲା ।ଏହା ଦୁଷ୍ଟିବାଧିତ ଲୋକଙ୍କ ଚକ୍ଷୁରେ ରୋପଣ କରାଯିବ । ଫଳରେ ଦୁଷ୍ଟିବାଧିତ ବ୍ୟକ୍ତି ନୂତନ ଆଲୋକ ଦେଖିପାରିବେ । ଏଭଳି ମହତ କାର‌୍ୟ୍ୟରେ ମୃତ ଇଶ୍ୱର ପ୍ରସାଦଙ୍କ ପୁତ୍ର ପି ହରିନାଥ.କନ୍ୟା କୁସୁମା କୁମାରୀ , ଓ ପତ୍ନୀ ପି ସଂନ୍ଧ୍ୟାଭାଲି ମୃତକଙ୍କ ଇଚ୍ଛା ପୂରଣ କରିଥିଲେ । କାର୍ଯ୍ୟକ୍ରମରେ ଫ୍ରେଣ୍ଡସ ହେଲ୍ପି କ୍ଲବର ସଦସ୍ୟ ଜାମୁଲା ସୁରେଶ, ଜେ ମୋହନ ରାଓ , କେ ରାମ ଗୋପାଳ , ଇ, ବଦ୍ରିନାରାୟଣ , ସମେତ ପି ଲିଙ୍ଗରାଜ ,କେ ଅରବିନ୍ଦ ସୁବୁଦ୍ଧି, ବବୁଲ ଜଗଦିଶ୍ ପ୍ରମୁଖ ସହଯୋଗ କରିଥବା ବେଳେ ଗତ ୨ ହଜାର ମସିହା ଠାରୁ ଅନୁଷ୍ଠାନ ପକ୍ଷରୁ ଏହି ପରି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ