ମୃତ୍ୟୁ ମିଟର୍ ରିଡର୍ ଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା ସହ ଶ୍ର୍‌ଦ୍ଧାଞ୍ଜଳି

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବିଦ୍ୟୁତ ଡିଭିଜନ ପକ୍ଷରୁ ଭଞ୍ଜନଗର ଅଚଂଳର ମୃତ୍ୟୁ ମିଟର୍ ରିଡର୍ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା ସହ ଶ୍ର୍‌ଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଘଟଣାର ନ୍ୟାୟ ପ୍ରଦାନ ନିମନ୍ତେ ଦାବୀ ମଧ୍ୟ କରାଯାଇଛି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହ ଦୁଇ ମିନଟ ନିରନ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲାରେ ଏହିଭଳି ଘଟଣା କେବେବି ଘଟିନଥିଲା । ଏହି ଘଟଣାକୁ ସମସ୍ତ କର୍ମଚାରୀମାନେ ନିନ୍ଦା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଡିଭିଜନର ନିର୍ବାହି ଯନ୍ତ୍ରୀ ଇ.ସୁଦର୍ଶନ ବେହେରା,ସହକାରୀ ନିର୍ବାହି ଯନ୍ତ୍ରୀ ଇଂ ରାଜ କିଶୋର ବଲ୍ଲଭ,କନିଷ୍ଠ ଯନ୍ତ୍ରୀ-୨ ସୁଧିର ଗୈାଡ, ପି.ମାଙ୍ଗାରାଜୁଙ୍କ ସମେତ ବିଦ୍ୟୁତ କର୍ମଚାରୀ,ମିଟର୍ ରିଡର୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ