ମୃତ୍ୟୁ ମୁଖରୁ କେନାଲରୁ ଯୁବତୀଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଆନନ୍ଦପୁର ଭଦ୍ରକ ୫୩ନଂ ରାଜ୍ୟ ରାଜପଥର ଛେନାପଦି ପେଟ୍ରୋଲ ପମ୍ପ ନିକଟରେ ଥିବା କେନାଲ ପୋଲଟି ନିର୍ମାଣ ହେଉ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଯାତ୍ରୀମାନେ ମୃତାହତ ହେଉଥିଲେ ମଧ୍ୟ ପୁର୍ତ୍ତ ବିଭାଗ କୌଣସି ପଦକ୍ଷେପ ନେଉ ନାହିଁ । ଖବରରୁ ଜଣାଯାଇଛି ଯେ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଥିବାବେଳେ ରାସ୍ତାକାମ କରୁଥିବା ଠିକାସଂସ୍ଥା କେନାଲ ପୋଲର ସୁରକ୍ଷାବାଡା ଭାଙ୍ଗି ଦେବାସହ ରାସ୍ତାଟିକୁ ତାଡି ପକାଇ ଦେଇଥିଲା । କିନ୍ତୁ ନିର୍ମାଣ ନକରି ଅଧାପନ୍ତରିଆ କରି ପକାଇ ଦେଇଛି । ଆଜି ସନ୍ଧ୍ୟାରେ ରମ୍ପାସ ଗ୍ରାମର ଜଣେ ଯୁବତୀ ସ୍କୁଟି ଧରି ଆସୁଥିବାବେଳେ ସମ୍ମୁଖରୁ ଆସୁଥିବା ବୋଲେରୋକୁ ସାଇଟି ଦେବାକୁ ଯାଇ ଭାରସାମ୍ୟ ହରାଇ ସୁରକ୍ଷାବାଡା ନଥିବା ପୋଲ ତଳକୁ ଖସିପଡିଥିଲେ । ସେଠାରେ ୧୨ଫୁଟ ଗଭୀରର ପାଣି ଥିବାବେଳେ ସ୍ଥାନୀୟ ଲୋକମାନେ ଯୁବତୀ ଜଣକୁ ତତକ୍ଷଣାତ ପାଣି ଭିତରୁ ଉଦ୍ଧାର କରିଥିବାବେଳେ ହାଟଡିହି ଦମକଳ କର୍ମଚାରୀମାନେ ପହଞ୍ଚି ସ୍କୁଟିଟିକୁ ଉଦ୍ଧାର କରିଥିଲେ । ଏହାକୁନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ପୁର୍ତ୍ତ ବିଭାଗ ତୁରନ୍ତ ରାସ୍ତା ନିର୍ମାଣ ନକଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ