ମୃତ୍ୟୁ ମୁଖରୁ ବଞ୍ଚିଲେ ଚାଷୀ

ଦୁଇ ବର୍ଷରେ ତିନି ମଣିଷ ମୃତ୍ୟୁ ଓ ଚାରି ଗରୁତର
ଗଂଜାମ, (ବିନୋଦ ପଲେଇ) : ଗଂଜାମ ବ୍ଲକରେ ବରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର,ଆବଶ୍ୟକ ସାମଗ୍ରୀକୁ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଥିବା ବେଳେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଚାଷୀ ଓ ଜୀବଜନ୍ତୁ, ଗାଈ ଗୋରୁ ।
ଶିକାର ପାଇଁ ଜଗିଥିବା ଶିକାରୀ ମାନେ ଫେରାର ହୋଇ ଯାଇଥିବା ଜଣାପଡିଛି । ଅନ୍ୟ ପଟେ ଗତ ଦୁଇ ବର୍ଷ ମଧ୍ୟରେ ବରହା ପାଇଁ ବିଛା ଯାଉଥିବା ଵିଦ୍ୟୁତ ତାର ସଂସ୍ପର୍ଶରେ ଆସି ତିନି ଜଣ ମଣିଷ ମୃତ୍ୟୁ ବରଣ କରିଥିବା ବେକେ ଚାରିଜଣ ଗୁରୁତର ଆହତ ହୋଇଥିବା ଦେଖାଯାଇଛି । ଗତ ମଙ୍ଗଳବାର ରାତ୍ରିରେ ଏହି ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ଲାଉପୁଟୁ ମା ବନଦୁର୍ଗା ମନ୍ଦିର ନିକଟ କାଜୁ ଜଙ୍ଗଲରେ ବରହା ମାରିବା ପାଇଁ ବିଦ୍ୟୁତ ତାର ବିଛା ଯାଇଥିବା ଖବର ପାଇ ବନବିଭାଗର ଫରେଷ୍ଟର ରାଜେଶ ବେହେରା ତତ୍ତ୍ୱାବଧାନରେ ପାଞ୍ଚ ଜଣ ଗାର୍ଡ ଓ ବିଦ୍ୟୁତ ବିଭାଗର ପ୍ରଶାନ୍ତ ତରାଇ, ବିଶ୍ୱନାଥ ପାତ୍ର, ଟି.ମାମିୟା ପାତ୍ର, ହରି ତରାଇ, ପ୍ରଭାତ ସାହୁ, ପବିତ୍ର ବାରତୀୟା ପ୍ରମୁଖ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ଶିକାରୀ ମାନେ ଫେରାର ହୋଇଯାଇଥିବା ବେଳେ, ଶିକାର ପାଇଁ ବିଛା ଯାଇଥିବା ୩୦୦ମିଟର ବିଦ୍ୟତୁ ତାର, କାଠ ଶିଶି, କାଠ ହୁଣ୍ଟ ଉଦ୍ଧାର କରିଥିଲେ । ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ଚାଷୀ ଓ ଜୀବଜନ୍ତୁ, ଗାଈଗୋରୁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ଜଣାପଡିଛି । ସେହିପରି ଗତ ସପ୍ତାହରେ ବାଗଲପୁର ଗ୍ରାମ ଠାରେ ବରହା ମାଂସ ବିକ୍ରୀ କରୁଥିବା ବେଳେ ଜଣେ ଯୁବକଙ୍କୁ ଗିରିଫ କରିଥିଲେ ବନ ବିଭାଗ । ଏପରିକି ଗତ ଦୁଇ ବର୍ଷ ମଧ୍ୟରେ ବରହା ମାରିବା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଖଣ୍ଡିଦେଉଳି, ସାନରାମଚନ୍ଦ୍ରପୁର, ଗଡ଼ହୁମ୍ମା, ଗ୍ରାମର ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଚାରି ଜଣ ଗୁରୁତର ଆହତ ହୋଇଥିବା ନଜର ରହିଛି । ଏହି ଅଞ୍ଚଳରେ ବରହା ମାରିବା ଏକ ନୀତିଗତ ଅଭ୍ୟାସ ହୋଇଯାଇଥିବା ବେଳେ, ବନବିଭାଗ ଆହୁରି ତତ୍ପରତା ଦେଖାଇବା ଜରୁରୀ ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ