ମୃତ ଅଙ୍ଗନବାଡି ଭାରତୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ଉପଜିଲ୍ଲାପାଳ

ବୁଗୁଡା (ଅନିଲ ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକର ଖୋଳଖାଳି ଗ୍ରାମରେ କୋଭିଡ ୧୯ କାର୍ଯ୍ୟରେ ନିୟୋଜିତ ଅଙ୍ଗନବାଡି କର୍ମୀ କରୋନା ଯୋଦ୍ଧା ଭାରତୀ ସ୍ଵାଇଁଙ୍କ ଗତ କାଲି ମୃତ୍ୟୁ ହୋଇଥିଲା। ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ସ୍ବର୍ଗତ ଭରତୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ପ୍ରଦାନ କରିବା ସହ ସମବେଦନା ଜଣାଇଥିଲେ। ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଖୋଳଖାଳି ଗ୍ରାମରେ ମୃତ ଭାରତୀଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ମିଞ୍ଜଙ୍କ ସହ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ଓ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରମୁଖ ଖୋଳଖାଳି ଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ