ମୃତ କର୍ମଚାରୀ ପରିବାର ଥଇଥାନ ଯୋଜନା ୧୯୯୦ ମସିହା ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ଦିଅ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଓ ବିଭିନ୍ନ ଦପ୍ତରମାନଙ୍କରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କ ଅକାଳ ବିୟୋଗ ହେଲେ ସେମାନଙ୍କ ପରିବାର ବର୍ଗରୁ ଜଣେ ସଦସ୍ୟ କର୍ମଚାରୀ ଥଇଥାନ ଯୋଜନାରେ ସରକାରୀ ଚାକିରୀ ଦିଆଯିବା ନିମନ୍ତେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତାଙ୍କ ବିଜ୍ଞପ୍ତି ନଂ ୨୫୫୮୫/ଜେଡ ତା ୧୩.୦୭.୧୯୯୦ ମସିହାରେ ଜାରି କଲେ ଓ ଏହା ୨୪.୦୭.୧୯୯୦ରେ ଓଡ଼ିଶା ଗେଜେଟିରେ ସର୍ବସାଧାରଣ, ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲା ଦପ୍ତର ମାନଙ୍କୁ କାର୍ଯ୍ୟକାରୀ ନିମନ୍ତେ ସୁପାରିଶ କରାଯାଇଥିଲା । ବର୍ତ୍ତମାନ ରାଜ୍ୟ ସରକାର ଏହି ଆଇନ ପ୍ରଚଳନ ଦିଗରେ ବ୍ୟାପକ ପରିବର୍ତ୍ତନ ଆଣିଲେ । କିନ୍ତୁ ଦେଖଗଲା ମୃତ କର୍ମଚାରୀ ପରିବାରଙ୍କୁ ଉପେକ୍ଷା କରି ଏହି ଯୋଜନାରେ ନିଯୁକ୍ତି ଦେଲାବେଳେ ବହୁ ପାତର ଅନ୍ତର କଲେ । ଫଳରେ ସେମାନଙ୍କ ପରିବାରବର୍ଗ ପ୍ରଶାସନର ଶିକାର ହୋଇ ନ୍ୟାୟ ପାଇଁ ବିଭିନ୍ନ କୋର୍ଟ କଚେରୀର ଆଶ୍ରୟ ନେଉଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ୧୯୯୦ ମସିହା ବିଜ୍ଞପ୍ତିକୁ ସମ୍ପୂର୍ଣ୍ଣ ମାନ୍ୟତା ନଦେଇ ଖାଲିଥିବା ପଦବୀ ଗୁଡ଼ିକରେ ବାହ୍ୟ ନିଯୁକ୍ତି ସଂସ୍ଥାମାନଙ୍କ ମାଧ୍ୟମରେ ଠିକା ନିଯୁକ୍ତି ଦେଲେ ଓ ନୂତନ ନିଯୁକ୍ତି ନଦେଇ ମୂଳ ପଦବୀ ଗୁଡ଼ିକୁ ଉଚ୍ଛେଦ କଲେ । ଫଳରେ ମୃତ ପରିବାର ଥଇଥାନ ଯୋଜନା ବିଲୁପ୍ତ ହେବାରେ ଲାଗିଛି ଯାହା ଏକ ନିର୍ବାଚିତ ଗଣତନ୍ତ୍ର ସରକାରରର ସମ୍ବିଧାନ ବିରୋଧାଚରଣ କରୁଛି ।
ବର୍ତ୍ତମାନର ସରକାର କର୍ମଚାରୀ ମାରଣ ନିତିକୁ ଆପଣେଇ ୧୯୯୦ ମସିହାରୁ ପ୍ରଚଳିତ ବିଜ୍ଞପ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଓ ଗଣତନ୍ତ୍ରକୁ ହତ୍ୟା କଲାଭଳି ୨୦୨୦ ମସିହାରେ ମୂଲ୍ୟାୟନ ପଦ୍ଧତିରେ ନିତି ପ୍ରଣୟନ କରି ଦୀର୍ଘ ଦିନ ଧରି ଥଇଥାନ ଯୋଜନାରେ ନିଯୁକ୍ତି ନିମନ୍ତେ ଅପେକ୍ଷାରତ ଆଶାୟୀ ପ୍ରାର୍ଥୀ ତାର ପରିବାର ସଦସ୍ୟ ଭୋକ ଉପାସରେ ଦିନ କାଟୁଛନ୍ତି । କେତେକ ଆଶାୟୀ ପ୍ରାର୍ଥୀ ନିଯୁକ୍ତିରୁ ବଞ୍ôଚତ ହୋଇ ଉଚ୍ଚ ନ୍ୟାୟାଳୟରେ ଆବେଦନ କରି ନ୍ୟାୟ ପାଇଲେ ମଧ୍ୟ ମାନ୍ୟବର କୋର୍ଟଙ୍କ ଆଦେଶକୁ ସରକାର ଭଣ୍ଡୁର କରିବା ପାଇଁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେଉଛନ୍ତି । ଫଳରେ ଆଶାୟୀ ପ୍ରାର୍ଥୀ ଓ ତାର ପରିବାରକୁ ବର୍ତ୍ତମାନର ସରକାର ଜାଣିଶୁଣି ବେସାହାରା ବନାଉଛନ୍ତି । ଏହାର ପ୍ରତିବାଦରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସଦସ୍ୟମାନେ ସରକାରଙ୍କ ମନୋମୁଖୀ କାର୍ଯ୍ୟକଳାପକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସଂଘର ଉଦ୍ୟମ ଜାରି ରଖିଛି ।
ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ମାନ୍ୟବର ସୁପ୍ରିମକୋର୍ଟ ୨୦୨୧ ମସିହା ନଭେମ୍ବର ୧୮ ତାରିଖରେ ସିଭିଲି ଆପିଲ ନଂ ୬୯୦୪, ନଂ ୬୯୦୩ ଶ୍ରୀ ବଳଦେବ ଯାଦବ ଓ ଶ୍ରୀ ଆଶିଷ ଆଶ୍ୱସ୍ତି କେସ୍ ନିଷ୍ପତ୍ତି ଅନୁଯାୟୀ ମଧ୍ୟପ୍ରଦେଶ ସରକାର ନିତି ନିର୍ଦ୍ଧାରଣ କରି ମୃତ କର୍ମଚାରୀ ପରିବାରର ଜଣେ ଥଇଥାନ ଯୋଜନାରେ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି କାର୍ଯ୍ୟକାରୀ କରିଛନ୍ତି । ବଡ଼ ପରିତାପର ବିଷୟ ମୃତକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଦରଖାସ୍ତ ଦେବାର ତାରିଖକୁ ଅଗ୍ରାଧିକାର ଦେଇ ଚାକିରୀ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଓ ମାନ୍ୟବର ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମାକୁ ଅବଜ୍ଞା କରି ୧୭.୦୨.୨୦୨୦ ମସିହା ଅନୁସାରେ ଚାକିରୀ ଦେବାକୁ ନିଷ୍ପତ୍ତି ନେବା ଦ୍ୱାରା କେହି ଜଣେ ହେଲେ ଚାକିରୀ ପାଇବେ ନାହିଁ । ଏହି ନିଷ୍ପତ୍ତି ଆମ ରାଜ୍ୟ ସରକାର ମାନ୍ୟବର ସୁପ୍ରିମ କୋର୍ଟ ନିର୍ଦ୍ଦେଶନାମା ଅନୁଯାୟୀ ମୃତ ପରିବାର ସଦସ୍ୟଙ୍କୁ ନିଯୁକ୍ତି ଦେଲା ବେଳେ ମୃତ ତାରିଖକୁ ଅଗ୍ରାଧିକାର ଦେଉନାହାଁନ୍ତି । ବର୍ତ୍ତମାନ ଶହ ଶହ କର୍ମଚାରୀ ମାନଙ୍କ ଦରଖାସ୍ତକୁ ୨୦୨୦ ମସିହାର ବିଚାର କରିବା ନିଷ୍ପତ୍ତି ଏକ ସମ୍ବିଧାନ ବିରୋଧୀ ଓ ଆଇନ ସମ୍ମତ ନୁହେଁ । ଏଣୁ ରାଜ୍ୟ ସରକାର ୨୦୨୦ ମସିହା ବିଜ୍ଞପ୍ତିକୁ ତୁରନ୍ତ ବାତିଲ କରି ପୂର୍ବବତ ୧୯୯୦ ମସିହା ବିଜ୍ଞପ୍ତି ଅନୁଯାୟୀ ବର୍ଷ ବର୍ଷ ଧରି ପଡ଼ି ରହିଥିବା ଆଶାୟୀ ପ୍ରାର୍ଥୀଙ୍କୁ ତୁରନ୍ତ ନିଯୁକ୍ତି ନ ଦେଲେ ଏହାର ପ୍ରତିବାଦ ସ୍ୱରୂପ ସରକାରଙ୍କୁ ଆମ ସଂଘ ଠିକଣା ସମୟରେ ଜବାବ ଦେବ ଏବଂ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରାଯିବ ଓ ସରକାର ଏଥିପାଇଁ ଦାୟୀ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ