ମୃତ କୋଭିଡ ଯୋଦ୍ଧାଙ୍କୁ ସମ୍ମlନ ଜଣାଇ ପ୍ରଦୀପ ପ୍ରଜ୍ବଳନ ଓ ଶୋକ ସଭା

ସନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁରୋଧ କ୍ରମେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବୁଧବାର ସନ୍ଧ୍ୟା ୬ ଟାରେ ପାଟପୁର ଥାନା ୧ ମିନଟ ନୀରବ ପ୍ରାର୍ଥନା ସହ ଶୋକ ସଭା କରାଯାଇଛି l ପାଟପୁର ଥାନା ଆଇଆଇସି ଅଜୟ କୁମାର ବାରିକ, ଏସଆଇ ଶୁଭ୍ରଜିତ ସାମନ୍ତରାୟ, ଏଏସଆଇ ଅର୍ଜୁନ ଶବର, ହାବିଲଦାର ଆର. ପାଣ ନାଟୁଆ ଓ ଥାନାର ସମସ୍ତ ପୋଲିସ କର୍ମଚାରୀ ମିଶି ମହାମାରୀ କରୋନାରେ ପ୍ରାଣ ହରାଇଥିବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ପ୍ରଦୀପ ପ୍ରଜ୍ଜ୍ୱଳନ, ନିରବ ପ୍ରାଥନା ସହ ଶପଥ ପାଠ କରିଥିଲେ l ସାନଖେମୁଣ୍ଡି ବ୍ଲକ କାଯ୍ୟଳୟ ଓ ସମସ୍ତ ଗ୍ରାମରେ ମଧ୍ୟ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ୧ ମିନଟ ନିରବ ପ୍ରାଥନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ