ମୃତ ଗାଇକୁ ଜାତୀୟ ରାଜପଥରେ ଘୋଷାଡି ନେବା ଘଟଣା ; ନିଲମ୍ବିତ ହେଲେ ଡ୍ରାଇଭର ଓ ସୁପରଭାଇଜର

ଛତ୍ରପୁର, (ଦେବଦତ୍ତ ମହାରଣା):ସୋମବାର ଛତ୍ରପୁର ନିକଟ ଜାତୀୟ ରାଜପଥରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ମୃତ ଗାଇକୁ ଜାତୀୟ ରାଜପଥର ଏକ ଗାଡି ଘୋଷାଡି ଘୋଷାଡି ନେଉଥିବା ଦେଖିବାକୁ ମିଳିଛି । ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ସୂଚନା ଥାଉ କି, ଏକ ଅଜଣା ଗାଡି ଧକ୍କାରେ ଗାଇର ମୃତ୍ୟୁ ହୋଇଥିଲା । ତେବେ ଏନଏଚଆଇ ପକ୍ଷରୁ ଗାଡିରେ ଏକ ଦୌଡି ବାନ୍ଧି ରାସ୍ତାରେ ଘୋଷାଡି ଘୋଷାଡି ନିଆଯାଇଥିଲା । ଯାହାକି ଅତି ଘୃଣ୍ୟ କାମ ବୋଲି ଚର୍ଚ୍ଚା ହୋଇଥିଲା । ସେପଟେ ଏହି ଘଟଣା ଜଣାପଡିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ଏହି ଖବର ନେଇ ଏନଏଚଏଆଇ ପ୍ରୋଜେକ୍ଟ ଡାଇରେକ୍ଟର ବ୍ରହ୍ମପୁର ସହ ଯୋଗାଯୋଗ କରାଯାଇଥିଲା । ସେମାନେ ଘଟଣାକୁ ଦୃଢ ନିନ୍ଦା କରିବା ସହିତ ଉକ୍ତ ଗାଡି ଚାଳକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଗାଡିର ଡ୍ରାଇଭର ଓ ସୁପରଭାଇଜରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ