ମୃତ ଗାଡି ଚାଳକଙ୍କ ପରିବାରକୁ ଚାଳକ ସଂଘ ପକ୍ଷରରୁ ସହାୟତା 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଷଡଙ୍ଗ ଗ୍ରାମର ଗାଡି ଚାଳକ ଗଦାଧର ରାଉତଙ୍କ ପରିବାରକୁ ମୋଟର ଚାଳକ ସଂଘ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଗଦାଧର ରାଉତ ଯୋଡାରେ ଡ୍ରାଇଈଭର ଭାବେ କାମ କରୁଥିବାବେଳେ ମୃତ୍ୟୁ ବରଣ କରିଥିଲେ । ଆଜି ତାଙ୍କ ଏକଦଶାହ ଅବସରରେ ଓଡିଶା ମୋଟର ଚାଳକ ସଂଘ ଛେନାପଦିଛକର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ତାଙ୍କ ବାସଭବନରେ ପହଞ୍ଚି ମୃତ ଗଦାଧରଙ୍କ ପତ୍ନୀଙ୍କୁ ୧୫ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ଏହି ସମୟରେ ଛେନାପଦି ଶାଖ।।ର ସଭାପତି ପ୍ରମୋଦ କୁମାର ବିଶ୍ୱାଳ, ଉପସଭାପତି ପ୍ରମୋଦ କୁମାର ମହାନ୍ତି, କୋଷାଧକ୍ଷ ପର୍ଶୁରାମ ନାୟକ, ଭଦ୍ରକ ଜିଲ୍ଲା ସଭାପତି ମୁକ୍ତିକାନ୍ତ ଦାସ, ରାନ୍ଦିଆ ଶାଖାର ରମାକାନ୍ତ ବାରିକ, ଆନନ୍ଦପୁର ଶାଖାର ଉପଦେଷ୍ଟା ଅକ୍ଷୟ କୁମାର ଜେନା, ସଦସ୍ୟ ଶଶିକାନ୍ତ ପ୍ରଧାନ, ରତ୍ନାକର ଦାସ, ପ୍ରମୋଦ ବେହେରା, ରବିନ୍ଦ୍ର କୁମାର ସା, ଅଜୟ ଜେନା, ଭାଗିରଥି ଜେନା, ବାବାଜି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ